କରୋନା ସଂକ୍ରମଣରେ ଲାଗୁନି ବ୍ରେକ; ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ ନୂଆ ଆକ୍ରାନ୍ତ

0
279
Corona Positive case in india today

ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ଗୋଟିଏ ଦିନରେ ୪୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୩୬ ଓ ସ୍ଥାନୀୟ ଅଞ୍ଚଳରୁ ୧୬୫ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱର ୧୭, ଭଦ୍ରକ ୨, କଟକ ୬୪, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୫, ଯାଜପୁର ୪, ଝାରସୁଗୁଡା ୩, କଳାହାଣ୍ଡି ୨, କେନ୍ଦ୍ରାପଡା ୩, କୋରାପୁଟ ୧, ମାଲକାନଗିରି ୧, ମୟୂରଭଞ୍ଜ ୬, ନୟାଗଡ ୪, ନୂଆପଡା ୧, ପୁରୀ ୧୪, ରାୟଗଡା ୧, ସମ୍ବଲପୁର ୫, ସୋନପୁର ୧, ସୁନ୍ଦରଗଡ ୧୯ ଏବଂ ଷ୍ଟେଟ ପୋଲରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯୫୭ରେ ପହଞ୍ଚିଲା ।

Also Read  ଓଡ଼ିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକ