ଦକ୍ଷିଣ ଆଫ୍ରିକାରେ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ୩୦୦ରୁ ଊର୍ଦ୍ଧ୍ବ ମୃତ

0
276
more than 300-dead-and several thousands affected in-south-africa-floods

ଡର୍ବାନ: ଦକ୍ଷିଣ ଆଫ୍ରିକାରେ ବନ୍ୟା ପ୍ରକୋପ । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ଭୟଙ୍କର ବନ୍ୟାରେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହର ଏବଂ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଅତି କମରେ ୩୪୦ ଜଣଙ୍କର ମୃତ୍ୟୁ ହୋଇଛି। ଆଗାମୀ ଦିନରେ ଝଡ଼ ସହିତ ବର୍ଷା ଜାରି ରହିପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ଲଗାତାର ବର୍ଷା ଯୋଗୁଁ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ପ୍ରଦେଶର ଅନେକ ସ୍ଥାନରେ ଘର ଭୁଶୁଡି ପଡିଛି । ବଡ଼ବଡ଼ କୋଠା ମଧ୍ୟ ଧରାଶାୟୀ ହୋଇଇଥିବା ବେଳେ ପ୍ରମୁଖ ରାସ୍ତା ଧୋଇ ହୋଇଯାଇଛି | ଏଥିସହିତ ବହୁ ପରିବାର ନିଖୋଜ ଥିବାରୁ ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଇଥାକ୍ବିନି ମେୟର ମାକିଲୋସି କୁଣ୍ଡା ଗୁରୁବାର କହିଛନ୍ତି ଯେ ବର୍ଷା ଓ‌ ବନ୍ୟା ଯୋଗୁଁ ଡର୍ବାନ ଏବଂ ଉପକଣ୍ଠ ଇଥାକ୍ବିନି ସହରରେ ପ୍ରାୟ ୫.୨ କୋଟି ଡଲାର କ୍ଷତି ହୋଇଛି। ଅତି କମରେ ୧୨୦ ଟି ସ୍କୁଲରେ ବନ୍ୟାଜଳ ପଶିଯାଇଥିବା ବେଳେ ୨.୬ କୋଟି ମିଲିୟନ ଡଲାରରୁ ଅଧିକ କ୍ଷୟକ୍ଷତିର ଆକଳନ କରାଯାଇଛି । କର୍ତ୍ତୃପକ୍ଷ ଏହି କାରଣରୁ ପ୍ରଦେଶର ସ୍କୁଲ୍ ଗୁଡିକୁ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି। ଏହା ସହିତ ଶିକ୍ଷା ମନ୍ତ୍ରୀ ଆଙ୍ଗି ମୋଶେଗା କହିଛନ୍ତି ଯେ ବନ୍ୟାରେ ବିଭିନ୍ନ ବିଦ୍ୟାଳୟର ଅତି କମରେ ୧୮ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକ ପ୍ରାଣ ହରାଇଛନ୍ତି।

ଦକ୍ଷିଣ ଆଫ୍ରିକାରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଶାସନିକ ସହାୟତା ଅଭାବରୁ ଡର୍ବାନର ଜଳଭଣ୍ଡାର ପାହାଡରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବିସର୍ଜନ କରିବା ପାଇଁ ପୋଲିସ ଏକ ‘ଷ୍ଟଣ୍ଟ ଗ୍ରେନେଡ’ ବ୍ୟବହାର କରିଥିଲା। ରିଲିଫ ଏବଂ କାର୍ଯ୍ୟରେ ସହାୟତା କରିବା ପାଇଁ ଦକ୍ଷିଣ ଆଫ୍ରିକାର ଜାତୀୟ ପ୍ରତିରକ୍ଷା ବାହିନୀକୁ ନିୟୋଜିତ କରାଯାଇଛି।

Also Read  ସଞ୍ଜୟଙ୍କ ବିରୋଧରେ ଦେଶଦ୍ରୋହ ଓ ଉଦ୍ଧବଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଆଗତ ହେଲା ପିଆଇଏଲ