ପୁରୀ ରେଳ ଷ୍ଟେସନରୁ ଲଗେଜ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ୨୮ ଲକ୍ଷ ଟଙ୍କା, ଯୁବକ ଅଟକ

0
151
more that 28-lakh-seized-from-a-passengers-bag at puri railway station

ପୁରୀ: ପୁରୀ ରେଳ ଷ୍ଟେସନରୁ ଯାତ୍ରୀଙ୍କ ଠାରୁ ଜବତ ହୋଇଛି ବିଡା ବିଡା ଟଙ୍କା । ଲଗେଜ ସ୍କାନରରେ ସ୍କାନିଙ୍ଗ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଛି ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା । ଆରପିଏଫ ଥାନା ପକ୍ଷରୁ ଏହି ଟଙ୍କା ଜବତ କରାଯାଇଛି । ଅଟକ ଥିବା ଯୁବକ ଜଣକ ହେଉଛନ୍ତି ବିଶାଖାପାଟଣା ନରସିପାଟନମର ଉଦୟ କୁମାର । ଆରପିଏଫ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଯାତ୍ରୀଙ୍କ ନାଁ ଉଦୟ କୁମାର ଓ ଘର ବିଶାଖାପାଟଣାର ନରସିପାଟନମ୍‌ରେ ବୋଲି ଜଣା ପଡ଼ିଛି। ଏତେ ଗୁଡିଏ ଟଙ୍କା ଉଦୟ କେଉଁଠୁ ଆଣିଲେ ସେନେଇ ଆରପିଏଫ ତଦନ୍ତ ଚଳାଇଥିବା ବେଳେ ଜମି ବିକ୍ରି କରି ଏସବୁ ଟଙ୍କା ଆଣିଥିବା ଉଦୟ କହିଛନ୍ତି ।

Also Read  ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ ଟାର୍ଗେଟ: ‘ଶିବସେନା ବଦଳରେ ତୁମ ବାପାଙ୍କ ନାଁରେ ଭୋଟ ମାଗ’

LEAVE A REPLY

Please enter your comment!
Please enter your name here