ଦେଶର ସବୁଠୁ ବଡ଼ ବୈଜ୍ଞାନିକ ସଂସ୍ଥାର ପ୍ରଥମ ମହିଳା ଡିଜି ହେଲେ ନଲ୍ଲାତମ୍ବୀ କଲୈସେଲ୍‌ୱି

0
358
nallathamby-kalaiselvi-becomes-first-woman-director-general-of-csir

ନୂଆଦିଲ୍ଲୀ: ଦେଶର ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ବୀ କଲୈସେଲ୍‌ୱିଙ୍କୁ ବୈଜ୍ଞାନିକ ଏବଂ ଉଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ‘ସିଏସ୍‌ଆଇଆର୍‌’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ ରହିଛି। ଏହି ପ୍ରତିଷ୍ଠାନର ମୁଖ୍ୟା ହେବାରେ କଲୈସେଲ୍‌ୱି ହେଉଛନ୍ତି ପ୍ରଥମ ମହିଳା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶ ଅନୁସାରେ, ସେ ଶେଖର ପାଣ୍ଡେଙ୍କ ସ୍ଥାନ ନେବେ । ଉଲ୍ଲେଖଯୋଗ୍ୟ ଯେ, ଶେଖର ମାଣ୍ଡେ ଗତ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିଲେ । ମାଣ୍ଡେଙ୍କ ଅବସର ପରେ ବାୟୋଟେକ୍ନୋଲଜି ବିଭାଗର ସଚିବ ରାଜେଶ ଗୋଖଲେ ସିଏସଆଇଆରର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ।

‘ଲିଥିୟମ୍‌-ଆୟନ୍‌’ ବ୍ୟାଟେରି କ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ଜଣାଶୁଣା ନଲ୍ଲାତମ୍ବୀ କଲୈସେଲ୍‌ୱି ସମ୍ପ୍ରତି ତାମିଲନାଡୁର କରୈକୁଡ଼ିରେ ଥିବା ‘ସିଏସ୍‌ଆଇଆର୍‌-ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋକେମିକାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର ନିର୍ଦେଶିକା ଅଛନ୍ତି। ୨୦୧୯ ଫେବ୍ରୁଆରିରେ ସେ ‘‌ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋକେମିକାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର (ସିଏସ୍‌ଆଇଆର୍‌-ସିଇସିଆର୍‌ଆଇ) ପ୍ରଥମ ମହିଳା ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ।

ତାମିଲନାଡୁର ତିରୁନେଲଭେଲି ଜିଲ୍ଲା ଅନ୍ତର୍ଗତ ଅମ୍ବାସମୁଦ୍ରମ୍‌ ନାମକ କ୍ଷୁଦ୍ର ସହରରେ ଜନ୍ମିତା କଲୈସେଲ୍‌ୱି ତାମିଲ ମାଧ୍ୟମରେ ସ୍କୁଲ୍‌ ଶିକ୍ଷା କରିଥିଲେ। ଫଳରେ କଲେଜ ପଢାବେଳେ ସେ ବିଜ୍ଞାନର ତତ୍ତ୍ବଗୁଡ଼ିକୁ ଭଲଭାବେ ଧରି ପାରିଥିଲେ। ୨୫ ବର୍ଷ ହେବ ସେ ‘ଇଲେ‌କ୍ଟ୍ରୋକେମିକାଲ୍‌ ପାୱାର୍‌ ସିଷ୍ଟମ୍‌’ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Also Read  Lok Sabha Speaker Om Birla congratulates Odia boy