ଆଜି ‘ନିଟ୍’ ପ୍ରବେଶିକା ପରୀକ୍ଷା; ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

0
6936
neet-ug-exam today

ଭୁବନେଶ୍ୱର: ଆଜି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା- ନିଟ୍ । ମେଡିକାଲ ପାଠ୍ୟକ୍ରମ ଏମବିବିଏସ ଓ ବିଡିଏସ ଡିଗ୍ରୀରେ ନାମଲେଖା ପାଇଁ ଆଜି ନ୍ୟାସନାଲ ଏଲିଜିବିଲିଟୀ ଏଂଟ୍ରାନ୍ସ ଟେଷ୍ଟ ବା ନିଟ୍-ୟୁଜି ପରୀକ୍ଷା । ଚଳିତ ବର୍ଷ ଦେଶରେ ପରୀକ୍ଷା ଦେବେ ପ୍ରାୟ ୧୮ଲକ୍ଷ ୭୨ହଜାର ଛାତ୍ରଛାତ୍ରୀ । ଓଡିଶାରୁ ୧ଲକ୍ଷ ୩୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି- ଏନଟିଏ ପରିଚାଳିତ ନିଟ ପରୀକ୍ଷା ପାଇଁ ସାରା ଦେଶର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି ।

ଓଡ଼ିଶାର ୨୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । କେବଳ ଭୁବନେଶ୍ୱରରେ ହୋଇଛି ୧୮ଟି ସେଣ୍ଟର । ଦିନ ୨ଟାରୁ ଅପରାହ୍‌ଣ ୫ଟା୨୦ ପର୍ଯ୍ୟନ୍ତ ହେବ ପରୀକ୍ଷା । ଚଳିତବର୍ଷ ପରୀକ୍ଷା ଅବଧି ୨୦ ମିନିଟ ବୃଦ୍ଧି କରାଯାଇଛି । ଦିନ ୧୧ଟାରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପ୍ରବେଶ କରିବେ । ସମସ୍ତ ପରୀକ୍ଷାର୍ଥୀଙ୍କ ପ୍ରବେଶ ସମୟ ଅଲଗା ଅଲଗା ରହିଛି । କୋଭିଡ କଟକଣାରେ ହେବ ପରୀକ୍ଷା । ମାସ୍କ ବାଧ୍ୟତାମୂଳକ ରହିଥିବା ବେଳେ କେବଳ ଆଇକାର୍ଡ଼ ଓ ଆଧାରକାର୍ଡ ନେଇ ଯାଇପାରିବେ ପରୀକ୍ଷାର୍ଥୀ ।

Also Read  ଭାରତରେ ପ୍ରଥମ ମଙ୍କିପକ୍ସ ଭାଇରସ କେସ୍ ! କେରଳରୁ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ

LEAVE A REPLY

Please enter your comment!
Please enter your name here