ବିଦେଶୀ ମହିଳାଙ୍କ ନାଁରେ ଫେସବୁକ ଆକାଉଣ୍ଟ ଖୋଲି ୩୦ଲକ୍ଷ ଟଙ୍କା ଠକେଇ, ନାଇଜେରୀୟ ଠକ ଗିରଫ

0
462
Nigerian fraudster scams retired civil servant

ବାଲେଶ୍ବର: ଫେସବୁକରେ ବିଦେଶିନୀଙ୍କ ପ୍ରେମରେ ପଡି ଠକିଗଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ନାଇଜେରିଆର ଯୁବକ ନିଜକୁ ଯୁବତୀ କହି ଚାଟିଂ କଲେ ଆଉ ଠକି ନେଇଗଲେ ୩୦ ଲକ୍ଷ ଟଙ୍କା । ଅନଲାଇନରେ ବିଦେଶୀ ମହିଳାଙ୍କ ନାଁରେ ଫେସବୁକ, ହ୍ବାଟସଆପ ଆକାଉଣ୍ଟ ଖୋଲି ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବର ସାଇବର ପୋଲିସ ଦିଲ୍ଲୀରୁ ଜଣେ ନାଇଜେରୀୟ ନାଗରିକଙ୍କୁ ଗିରଫ କରିଛି। ସାମସନ ଏମିକେ ଆଲିଗା ନାମକ ନାଇଜେରିଆ ଯୁବକ ଦିଲ୍ଲୀର କିଶନଗଡରେ ରହି ଅନଲାଇନ ଠକେଇ କରି ବିଦେଶୀ ମହିଳାଙ୍କ ନାଁରେ ଜାଲ ଫେସବୁକ ଓ ହ୍ବାଟସଆପ ଆକାଉଣ୍ଟ ଖୋଲି ଚାଟିଂ କରି ନାନା ପ୍ରଲୋଭନ ଦେଖାଇ ଅର୍ଥ ଲୁଟୁଥିଲା। ଠକ ନିକଟରୁ ୨ଟି ନକଲି ପାସପୋର୍ଟ, ଲାପଟପ୍, ମୋବାଇଲ ଜବତ ହୋଇଛି । ଠକ ନାଇଜେରିଆ ନାଗରିକ ସାମସଙ୍ଗର ଦୁଇଟି ଫେକ୍ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରିଛି ପୋଲିସ । ସେହି ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଥିବା ପୋଲିସ ସୂଚନା ଦେଇଛି ।

ବାଲେଶ୍ବର ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନାଇଜେରୀୟଙ୍କ ଜାଲରେ ଫସି ୩୦ ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ସେ ବାଲେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ସାଇବର ଥାନାଧିକାରୀଣୀ ମୀନା ବିନ୍ଧାଣୀ ଟଙ୍କା ଜମା ହୋଇଥିବା ଆକାଉଣ୍ଟକୁ ଫ୍ରିଜ କରି ଆସିଥିବା ଫୋନ ନମ୍ବର ଓ ଫେସବୁକ ନଂବର ଖୋଳତାଡ଼ କରିବା ପରେ ଗୋଟିଏ ନମ୍ବରକୁ ଟ୍ରାକ କରି କିଛି ତଥ୍ୟ ହାତେଇ ଥିଲେ। ଏହି ଠକେଇର ପ୍ରମୁଖ ଅଭିଯୁକ୍ତ ସାମସନକୁ ଦିଲ୍ଲୀରୁ ଗିରଫ କରାଯାଇ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ବାଲେଶ୍ବର ଅଣାଯାଇଛି। ଗିରଫ ସାମସନଠାରୁ ଏକ ମୋବାଇଲ, ଲାପଟପ ସହ କିଛି ନକଲି ସିମ ଜବତ ହୋଇଛି।

Also Read  Sex Racket Busted in Bhubaneswar