ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୨: କ୍ରମାଗତ ୪ର୍ଥ ବର୍ଷ‌ ପାଇଁ ଶୀର୍ଷରେ IIT ମାଡ୍ରାସ୍

0
322
nirf-india-ranking-2022-released

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ-୨୦୨୨ । NIRF ରାଙ୍କିଂରେ ଟପରେ IIT ମାଡ୍ରାସ । ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ’ (ଏନ୍‌ଆଇଆର୍‌ଏଫ୍‌) ପକ୍ଷରୁ ପ୍ରସ୍ତୁତ ଏହି ରାଙ୍କିଙ୍ଗକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ୱର୍କର କଲେଜ ରାଙ୍କିଂ ତାଲିକାରେ ଲଗାତାର ଚାରି ବର୍ଷ ଧରି ଶୀର୍ଷରେ ରହିଛି ଆଇଆଇଟି ମାଡ୍ରାସ୍ । ଏହି ଲିଷ୍ଟର ପ୍ରଥମରେ IIT ମାଡ୍ରାସ ରହିଥିବାବେଳେ ଦ୍ୱିତୀୟରେ ରହିଛି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଓ ତୃତୀୟରେ IIT ବମ୍ବେ ରହିଛି ।

ପ୍ରଥମ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ରାଜ୍ୟର ୩ ବିଶ୍ୱବିଦ୍ୟାଳୟ । ସୋଆ ୧୬ ତମ ରାଙ୍କରେ ଥିବାବେଳେ , କିଟ୍ ୨୦, ଉକ୍ରଳ ବିଶ୍ୱବିଦ୍ୟାଳୟ ୯୦ ତମ ସ୍ଥାନରେ ରହିଛି । ତେବେ ସାମଗ୍ରିକ ରାଙ୍କିଙ୍ଗରେ ସୋଆ ୩୦, କିଟ ୩୪, ନିଟ୍ ୩୯ ଓ ଆଇଆଇଟି ୬୫ ତମ ସ୍ଥାନରେ ରହିଛି । ଇଂଜିନିୟରିଂରେ ନିଟ ରାଉରକେଲାକୁ ୧୫, ସୋଆକୁ ୨୭ ଓ ଭୁବନେଶ୍ୱର ଆଇଆଇଟିକୁ ୩୬ ତମ ରାଙ୍କ ମିଳିଛି ।

ଶ୍ରେଷ୍ଠ ୧୦ଟି କଲେଜର ତାଲିକାରେ ପ୍ରଥମରେ ମିରାଣ୍ଡା ହାଉସ୍, ଦ୍ବିତୀୟରେ ହିନ୍ଦୁ ମହାବିଦ୍ୟାଳୟ, ତୃତୀୟରେ ଚେନ୍ନାଇର ପ୍ରେସିଡେନ୍ସି କଲେଜ, ଚତୁର୍ଥରେ ଚେନ୍ନାଇର ଲୋୟାଲା କଲେଜ, ପଞ୍ଚମରେ ଏଲଏସଆର, ଷଷ୍ଠରେ କୋଏମ୍ବାଟୁରରେ ପିଏସଜିଆର କୃଷ୍ଣମଲ କଲେଜ ଫର୍ ଓ୍ବିମେନ୍, ସପ୍ତମରେ ଅତ୍ମାରାମ ସନାତନ ଧର୍ମ ମହାବିଦ୍ୟାଳୟ, ଅଷ୍ଟମରେ କୋଲକତାର ସେଣ୍ଟ ଜାଭିୟର କଲେଜ, ନବମରେ ହାଓ୍ବଡାର ରାମକୃଷ୍ଣ ମିଶନ୍ ଏବଂ ଦଶମରେ ନୂଆଦିଲ୍ଲୀ କିରୋଡିମଲ୍ କଲେଜ ରହିଛି ।

Also Read  GST evasion of Rs 1.95 lakh crore detected by CGST officers during April-January