ଅତ୍ୟଧିକ ଉଚ୍ଚତା ସାଜିଛି ବାଧକ: ମିଳୁନାହାଁନ୍ତି ଜୀବନସାଥୀ

0
499
No spouse found for Excessive height

ସାଧାରଣ ଜୀବନଶୈଳୀ ପାଇଁ ଉଚ୍ଚତା ସାଜିଛି ବାଧକ । ସାଧାରମତଃ ଭାବେ ଦେଖିବାକୁ ଗଲେ ପୁଅମାନେ ଡେଙ୍ଗା ଓ ଝିଅମାନେ ସେମାନଙ୍କ ଅପେକ୍ଷା କମ୍ ଉଚ୍ଚତାର ହୋଇଥାନ୍ତି । ବିବାହ ପାଇଁ ବରପାତ୍ର ଚୟନ କରିବେ ବେଳେ ଏହି ମାପଦଣ୍ଡକୁ ଗ୍ରହଣ କରାଯାଇଥାଏ । କିନ୍ତୁ ଝିଅଟିଏ ଯଦି ଅଧିକ ଡେଙ୍ଗା ହୋଇଥାଏ ତେବେ ବର ଖୋଜିବାରେ ବଡ ସମସ୍ୟାକୁ ପିତାମାତା ସାମ୍ନା କରିଥାନ୍ତି । ଯାହା ଏବେ ଦେଖିବାକୁ ମିଳିଛି ଋଷଆର ବାସିନ୍ଦା ଇକାଟେରିନା ଲିସିନାଙ୍କ କ୍ଷେତ୍ରରେ ।

୨୯ ବର୍ଷୀୟା ଲିସିନା ଜଣେ ମଡେଲ୍‌। ୬ଫୁଟ୍‌ ୯ଇଞ୍ଚ ଉଚ୍ଚତା ବିଶିଷ୍ଟ ଲିସିନା ବିଶ୍ବର ସବୁଠୁ ଡେଙ୍ଗୀ ମଡେଲ ଭାବେ ଗିନ୍‌ଜ୍‌ ୱାର୍ଲଡ ରେକର୍ଡ କରିଛନ୍ତି। କିନ୍ତୁ ଏବେ ତାଙ୍କର ଉଚ୍ଚତା ପାଇଁ ଜୀବନସାଥୀ ମିଳିବାରେ ସମସ୍ୟା ହେଉଛି। ସେ ତାଙ୍କଠାରୁ ଏକ ଫୁଟ କମ୍‌ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କ ସହ ଡେଟିଂ କରିବା ପାଇଁ ଇଚ୍ଛୁକ ଥିବା ସତ୍ତ୍ବେ ତାଙ୍କ ପସନ୍ଦର ସାଥୀ ତାଙ୍କୁ ମିଳୁନାହିଁ। ତାଙ୍କ ବାମଗୋଡର ଲମ୍ବ ୧୩୨.୮ ସେମି ହୋଇଥିବାବେଳେ ଡାହାଣ ଗୋଡର ଲମ୍ବ ୧୩୨.୨ ସେମି.। ଲିସିନା ଜଣେ ଭଲ ବାସ୍କେଟବଲ୍‌ ଖେଳାଳି। ୨୦୦୮ ଅଲିମ୍ପିକ ଖେଳରେ ସେ କାଂସ୍ୟପଦକ ହାସଲ କରିଥିଲେ। ହେଲେ ଏହା ପରେ ସେ ଖେଳରୁ ଦୂରେଇ ଯାଇ ମଡେଲିଂକୁ କ୍ୟାରିୟର ଭାବେ ବାଛି ନେଇଥିଲେ। ସବୁଠୁ ଦୁଃଖର ବିଷୟ ତାଙ୍କୁ ପ୍ଲେନ୍‌ କିମ୍ବା କାର୍‌ରେ ବସିବାକୁ ସମସ୍ୟା ହୋଇଥାଏ। କେବଳ ସେତିକି ନୁହେଁ, ତାଙ୍କ ମାପର ପୋଷାକ କିମ୍ବା ଜୋତା ମଧ୍ୟ ବଜାରରେ ମିଳି ନ ଥାଏ। ଏଥିପାଇଁ ତାଙ୍କୁ ଜୋତା ବନାଇବାକୁ ପଡ଼ିଥାଏ। କେବଳ ଲିସିନା ଏକା ନୁହନ୍ତି, ତାଙ୍କ ପରିବାରର ସବୁ ଲୋକ ଖୁବ୍‌ ଡେଙ୍ଗା। ତାଙ୍କ ଭାଇଙ୍କ ଉଚ୍ଚତା ୬ଫୁଟ୬ଇଞ୍ଚ ହୋଇଥିବାବେଳେ ପିତାଙ୍କ ଉଚ୍ଚତା ୬ଫୁଟ ୫ଇଞ୍ଚ ଏବଂ ମା’ଙ୍କ ଉଚ୍ଚତା ୬ ଫୁଟ ୧ଇଞ୍ଚ।

Also Read  Ignoring US threat, India, Russia ink deal on S-400 missile system