ଆମେରିକାର ଧମକ୍‌କୁ ନ ଡରି ୮ ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

0
177
north-korea tested 8 balastic-missaile

ପୋଙ୍ଗୟଙ୍ଗ୍‌: ମହାଶକ୍ତିଶାଳୀ ଆମେରିକାର ଧମକକୁ ଖାତିର କରୁନାହାନ୍ତି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ । ଉତ୍ତର କୋରିଆ ଉପରେ ଆମେରିକା ମିସାଇଲ୍‌ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା । ହେଲେ ପୁଣିଥରେ ପୂର୍ବତଟ ସମୁଦ୍ରିକ ଆଞ୍ଚଳରେ ୮ଟି ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ । ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ଏନେଇ ସୂଚନା ଦେଇଛି । ଆମେରିକାର ଜଣେ ବରିଷ୍ଠ ଦୂତ ଦକ୍ଷିଣ କୋରିଆର ସିଓଲ ଛାଡିବାର ଗୋଟିଏ ଦିନ ପରେ ଏହି ପରୀକ୍ଷଣ କରାଯାଇଛି । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଏନେଇ କହିଛନ୍ତି ଯେ ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ଏହି କ୍ଷେପଣାସ୍ତ୍ରଗୁଡିକ ଲଞ୍ଚ କରାଯାଇଛି ।

ଜାପାନର ଫୌଦା ସମାଚାର ଏଜେନ୍ସି ଏକ ସରକାରୀ ସୂତ୍ର ଅନୁସାରେ କହିଛି ଯେ ଉତ୍ତର କୋରିଆ କେତେକ ମିସାଇଲ୍‌ ପରୀକ୍ଷଣ କରିଛି । କିମ୍‌ ସପ୍ତାହକ ଭିତରେ ଅନ୍ତରମହାଦୀପିୟ ବାଲିଷ୍ଟିକ୍‌ ମିସାଇଲ୍‌ ସହିତ କେତେକ ମିସାଇଲ୍‌ର ପରୀକ୍ଷଣ କରିଛି ।

Also Read  ଟାଇଟ୍ ଜିନ୍ସ ବ୍ୟାନ୍, କେଶ ବି କରିପାରିବେନି ରଙ୍ଗ; ଜାଣନ୍ତୁ କେଉଁ ଦେଶରେ ଲାଗୁ ହେଲା ଏପରି ଅଜବ ନିୟମ...

LEAVE A REPLY

Please enter your comment!
Please enter your name here