ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌: ନିବେଶକଙ୍କୁ ସମ୍ବୋଧନ କରିବେ ନବୀନ

0
113

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୋମରୁ ଆସି ଦୁବାଇରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ । ପୁଞ୍ଜି ନିବେଶକାରୀଙ୍କୁ ସମ୍ବୋଧନ କରି ଓଡ଼ିଶା ଆସି ଏଠାରେ ପୁଞ୍ଜି ନିବେଶ କରିବା ପାଇଁ ଆଲୋଚନା କରିବେ । ଓଡ଼ିଶା ସରକାର ଓ ଫିକିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏଥିରେ ଭାଗ ନେବା ପାଇଁ ଓଡ଼ିଶାରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁବାଇରେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଓଡ଼ିଶାର ବହୁ ଶିଳ୍ପ ସଂସ୍ଥାର ପ୍ରତିନିଧି ଏବଂ କିଛି ମନ୍ତ୍ରୀ ମଧ୍ୟ ଦୁବାଇରେ ପହଞ୍ଚିଥିବା ସୂଚନା ମିଳିଛି ।

Also Read  ୟୁପିରେ ଆରମ୍ଭ ହେଲା ଯୋଗୀରାଜ ୨.୦ : କ୍ରମାଗତ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

LEAVE A REPLY

Please enter your comment!
Please enter your name here