ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ ଦଳ

0
225
Mysuru Dasara ; President Droupadi Murmu Inaugurated The Ten-day Festival
Mysuru Dasara ; President Droupadi Murmu Inaugurated The Ten-day Festival

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ ଦଳ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୩ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ତଥା ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇବେ ଓଡ଼ିଆ ବିଧାୟକ ଟିମ ।

ଓଡ଼ିଶାର ଗର୍ବ ଗୌରବ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଦିଲ୍ଲୀ ଯାଇଛନ୍ତି ବିଧାୟକ ପ୍ରତିନିଧି ଦଳ । ଏହି କମିଟିରେ ମନ୍ତ୍ରୀଙ୍କ ସମେତ କଂଗ୍ରେସ, ବିଜେପି ଓ ବିଜେଡି ବିଧାୟକ ଅଛନ୍ତି । ଗସ୍ତ ପୂର୍ବରୁ ଗତକାଲି ସମସ୍ତ ସଦସ୍ୟମାନଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ବିଧାୟକମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରେଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ର ଏହି ପ୍ରତିନିଧି ଦଳରେ ଯାଇପାରିନାହାନ୍ତି ।

ବୁଧବାର ପୂର୍ବାହ୍ନ ୧୦ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭବନ ସମ୍ମିଳନୀ କକ୍ଷରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ବସିବ । ପରେ ରାଇସିନା ଅଭିମୁଖେ ବାହାରିବେ ଏହି ପ୍ରତିନିଧି ଦଳ । ସକାଳ ୧୦ଟା ୪୫ ମିନିଟରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ । ସକାଳ ୧୧ଟା ୩୦ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିବେ ସର୍ବଦଳୀୟ ପ୍ରତିନିଧି ଦଳ ।

Also Read  Ship support complex of ICG inaugurated in Paradip

LEAVE A REPLY

Please enter your comment!
Please enter your name here