ଦାବି ପୂରଣ ନେହେଲେ ଜୁଲାଇ ୧ରୁ ବସ୍ ଧର୍ମଘଟ କରିବା ପାଇଁ ଘରୋଇ ବସ୍‌ ସଂଘର ଚେତାବନୀ

0
332
Odisha Private Bus Owners Demand To Engage Private Buses Plying In The State In LAccMI Scheme
Odisha Private Bus Owners Demand To Engage Private Buses Plying In The State In LAccMI Scheme

ଭୁବନେଶ୍ୱର: ଦାବି ପୂରଣ କରା ନଗଲେ ଆସନ୍ତା ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ପାଖାପାଖି ୧୪ ହଜାର ବସ୍‌ର ଗତି ଅଟକିଯିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଆଜି ଏଭଳି ଚେତାବନୀ ଦେଇଛି । ଘରୋଇ ବସ୍‌ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଂପାଦକ ଦେବେନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି।

୯ ଦଫା ଦାବିକୁ ନେଇ ସଂଘ ଏଭଳି ଧମକ ଦେଇଛି। ବସ୍‌ର ପରମିଟ୍‌ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନକରିବା, ବସ୍‌ ଗୁଡିକୁ ସ୍ଥାୟୀ ପରମିଟ୍‌ ନଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍‌ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନଦେବା, କୋଭିଡ୍‌ ସମୟରେ ବସ୍‌ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍‌ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲଟ୍‌ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳିଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Also Read  Chief Secretary Manoj Ahuja’s Tenure to be Extended