ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରାଳୟରୁ ଏବଂ ସମସ୍ତ ଦଳୀୟ ପଦରୁ ବହିଷ୍କାର କରାଯିବା ଉଚିତ: ଟିଏମ୍‌ସି ମୁଖପାତ୍ର

0
276
CM mamata-banerjee-sacks-minister-partha-chatterjee

କୋଲକାତା: ଶିକ୍ଷକ ନିଯୁକ୍ତିି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ବହିଷ୍କାର କରିବା ସହ ସମସ୍ତ ପଦବୀରୁ ହଟାଇ ଦେବା ଉଚିତ ବୋଲି କହିଛନ୍ତି ତ୍ରୁଣ ମୂଳ କଂଗ୍ରେସର ମୁଖପାତ୍ର କୁନାଲ ଘୋଷ। ସେ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରାଳୟରୁ ଏବଂ ସମସ୍ତ ଦଳୀୟ ପଦରୁ ବହିଷ୍କାର କରାଯିବା ଉଚିତ। ଯଦି ମୋର ଏହି ବିବୃତି ଭୁଲ୍‌ ତେବେ ‌ମୋ‌ତେ ବହିଷ୍କାର କରିବାର ଦଳର ପୂର୍ଣ୍ଣ ଅଧିକାର ଅଛି। ମୁଁ ଜଣେ ସୈନିକ ପରି ମୋର ସେବା ଜାରି ରଖିବି।’

ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଫ୍ଲାଟ୍‌ରୁ ଏବେ ସୁଦ୍ଧା ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିବା ପରେ କୁନାଲ୍‌ ଘୋଷ ଏପରି ଟ୍ବିଟ୍‌ କରିଛନ୍ତି। ପ୍ରଥମେ ଅର୍ପିତାଙ୍କ ଏକ ଫ୍ଲାଟ୍‌ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା। ଆଜି ତାଙ୍କ ଦ୍ବିତୀୟ ଫ୍ଲାଟ୍‌ରୁ ୨୯ କୋଟି ଟଙ୍କା ଓ ୫ କିଲୋଗ୍ରାମ୍‌ର ସୁନା ଅଳଙ୍କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦୀର୍ଘ ୧୮ ଘଣ୍ଟାର ଜେରାରେ ତଦନ୍ତକାରୀ ସଂସ୍ଥା କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍‌ ଟଙ୍କା ଜବତ କରିଥିବା ସୂଚନା ରହିଛି। ଅର୍ପିତାଙ୍କ ଘରୁ ବାହାରିଥିବା ଟଙ୍କାକୁ ଗଣିବା ପାଇଁ ଇଡି ଅଧିକାରୀମାନେ ୩ଟି ଟଙ୍କା ଗଣିବା ମେସିନ୍‌ ବ୍ୟବହାର କରୁଥିବା ସୂଚନା ରହିଛି।

Also Read  ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ