ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କ ବଡ଼ ନିଷ୍ପତ୍ତି । ମହାରାଷ୍ଟ୍ରରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପ୍ରତି ୫ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୩ଟଙ୍କା କମିଛି । କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି । କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏକନାଥ ସିନ୍ଦେ ଗୁରୁବାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ ନେଇ ଘୋଷଣା କରିଛନ୍ତି ।
ଦର ହ୍ରାସ ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ବର୍ତ୍ତମାନ ୧୧୧.୩୫ ରୁ ୧୦୬.୩୫ ଟଙ୍କାକୁ ହ୍ରାସ ପାଇବ। ଏଥି ସହିତ ଡିଜେଲ ୯୭.୨୮ ରୁ ୯୪.୨୮ ଟଙ୍କା ହେବ। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ମେ’ରେ ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ଟିକସ କମାଇ ଲୋକମାନଙ୍କୁ ଏହି ଲାଭ ଦେବା ପାଇଁ ରାଜ୍ୟମାନଙ୍କୁ ଅପିଲ କରିଥିଲେ କେନ୍ଦ୍ର ସରକାର ।