ବେଲଗାମ ତେଲ ଦର : ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

0
264
Petrol and diesel prices have risen again today

ଭୁବନେଶ୍ୱର: ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଗତ ୧୫ ଦିନ ଭିତରେ ୧୩ ଥର ପାଇଁ ବଢ଼ିଛି ତେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୧୧୧.୬୪ ଓ ଡିଜେଲ ୧୦୧.୩୯ ପଇସା ହୋଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ମାର୍ଚ୍ଚ ୨୧ ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ସବୁଠାରୁ ବଡ କଥା ହେଉଛି ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୧୪୦ ଡଲାର ଥିଲା । ଏବେ ଏହା ପ୍ରାୟ ୧୦୦ ଡଲାରକୁ ହ୍ରାସ ପାଇଛି । ହେଲେ ଭାରତୀୟ ତୈଳ କମ୍ପାନୀ ମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଜାରି ରଖିଛନ୍ତି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପଡୁଛି ।

Also Read  PPT to import revenue-yielding scrap, generate extra revenue

LEAVE A REPLY

Please enter your comment!
Please enter your name here