ବିବାହ ଉତ୍ସବରେ ଅଜବ ଉପହାର; ନବ ବିବାହିତ ଦମ୍ପତ୍ତିଙ୍କୁ ଉପହାରରେ ପେଟ୍ରୋଲ ଦେଲେ ବନ୍ଧୁ

0
289
petrol-as-a-gift to bride-and-groom at Wedding

ତାମିଲନାଡ଼ୁ: ବିବାହରେ ସୁନା, ରୂପା ବିଭିନ୍ନ ଅଳଙ୍କାର ହେଉ ଅବା ଶାଢ଼ି ବିଭିନ୍ନ ଉପହାର ଦେଖିଥିବେ । ମାତ୍ର ବିବାହରେ ପେଟ୍ରୋଲ ଉପହାର ଦେଉଥିବା କଥା ଶୁଣିଛନ୍ତି କି ? ଆଜ୍ଞା ହଁ ଘଟଣାଟି ସମ୍ପୂର୍ଣ୍ଣ ସତ । ଏକ ବିବାହ ଉତ୍ସବରେ ବର-କନ୍ୟାଙ୍କୁ ଉପହାର ସ୍ୱରୂପ ପେଟ୍ରୋଲ ମିଳିଛି । ଏଭଳି ଘଟଣା ଘଟିଛି ତାମିଲନାଡ଼ୁର ଚେୟୁର ଅଞ୍ଚଳରେ ।

ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି । କେବଳ ଓଡ଼ିଶା ନୁହଁ ଭାରତରେ ଅନେକ ସ୍ଥାନରେ ତୈଳ ଦରରେ ନିଆଁ ଲାଗିଛି । ଏଭଳି ପରିସ୍ଥିତିରେ ତାମିଲନାଡ଼ୁର ଚେୟୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ବର-କନ୍ୟାଙ୍କୁ ପେଟ୍ରୋଲ ଉପହାର ମିଳିଛି । ବିବାହ କରୁଥିବା ବରକନ୍ୟା ହେଉଛନ୍ତି ଗ୍ରେସ କୁମାର ଏବଂ କୀର୍ତ୍ତନା । ଉଭୟଙ୍କ ବନ୍ଧୁ ୧ ଲିଟର ପେଟ୍ରୋଲ ଏବଂ ୧ ଲିଟର ଡିଜେଲ ଉପହାର ଦେଇଛନ୍ତି । ସବୁଠୁ ମହଙ୍ଗା ଉପହାର ଦେବାକୁ ଚିନ୍ତା କରିବାରୁ ପ୍ରଥମେ ପେଟ୍ରୋଲ ହିଁ ମନକୁ ଆସିଥିଲା । ତେଣୁ ସେମାନେ ଏଭଳି ଉପହାର ଦେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ନବବିବାହିତଙ୍କ ବନ୍ଧୁ । ଉଭୟ ନବ ବିବାହିତ ଦମ୍ପତ୍ତି ନିଜ ବନ୍ଧୁମାନଙ୍କଠାରୁ ଏହି ଉପହାର ଗ୍ରହଣ କରି ଫଟୋ ଉଠାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୂର୍ବରୁ ଅନେକ ବିବାହରେ ପିଆଜ, ଟମୋଟୋ ଉପହାର ଦେବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପେଟ୍ରୋଲ ଦର ବୃଦ୍ଧି ହେତୁ ନବବିବାହିତ ବରକନ୍ୟାଙ୍କୁ ଏହି ଉପହାର ମିଳିଥିବା ଦେଖାଯାଉଛି । ମାର୍ଚ୍ଚ ୨୨ ପରେ ଦେଶରେ କ୍ରମଶଃ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇବାରେ ଲାଗୁଛି । ତାମିଲନାଡ଼ୁରେ ମଧ୍ୟ ଦର ବୃଦ୍ଧିର ଅନେକ ପ୍ରଭାବ ପଡ଼ିଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦.୮୫ ଥିବାବେଳେ ଡିଜେଲ ୧୦୦.୯୪ ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଥିବାବେଳେ ଡିଜେଲ ଦର ୯୬.୬୭ ରହିଛି ।

Also Read  Language learning to be promoted as skill with formal credit earning system: Dharmendra Pradhan

LEAVE A REPLY

Please enter your comment!
Please enter your name here