ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

0
507
plus-2-exam-chse-evaluation-start from june-2

ଭୁବନେଶ୍ୱର: ଜୁନ ୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ । ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ଜୁନ ୧୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଭିତରେ ଖାତା ଦେଖା ଶେଷ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫ୍ ଲାଇନ୍ ଯୋଗେ ଓ ୩୭ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ହେବ ଖାତାଦେଖା । ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟ ଗୁଡ଼ିକର ମୂଲ୍ୟାୟନ ପ୍ରଥମେ ଆରମ୍ଭ କରାଯିବ । ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତା ଗୁଡ଼ିକର ମୂଲ୍ୟାୟନ କରାଯିବ । ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ। ଅର୍ଥାତ୍‌ ଜୁନ୍‌ ୨୦ ଭିତରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଫଳରେ ପରବର୍ତୀ ସମୟରେ ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

Also Read  KIIT improves its Position; 21st Rank among Universities