୩୦ ଲକ୍ଷ କୋଟି ଟଙ୍କାର ରପ୍ତାନି କରିଛି ଭାରତ, ବିଶ୍ୱ ବଜାରରେ ବଢିଛି ଭାରତୀୟ ସାମଗ୍ରୀର ଚାହିଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0
339
recruitment-of-10-lakh-people-in-next 1 and 6 months

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତ ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୮୭ ତମ ସଂସ୍କରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହଛନ୍ତି । ଦେଶର ଅର୍ଥନୈତିକ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଦେଶରେ ବଢ଼ିଛି ଆର୍ଥିକ କାରବାର। ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଦେଶର ରପ୍ତାନୀ ୪ ଶହ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୦ ଲକ୍ଷ କୋଟି ପାର କରିଥିବା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତ ଏବଂ ନୂତନ ବଜାରରେ ପହଞ୍ଚୁଛି। କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସଫଳତା ଗୌରବର ବିଷୟ। ସମୟ ଥିଲା ଭାରତର ରପ୍ତାନି ୧୦୦ ବିଲିୟନ୍‌, ବେଳେ ବେଳେ ୧୫୦ ବିଲିୟନ୍‌, କଦବା କେତେବେଳେ ୨୦୦ ବିଲିୟନ୍‌ ଡଲାର୍‌ ହେଉଥିଲା। ଏବେ ଭାରତର ରପ୍ତାନି ୪୦୦ ବିଲିୟନ୍‌ ଡଲାର୍‌ରେ ପହଞ୍ଚିଛି।

ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶରୁ ଚୋରୀ ହୋଇଥିବା କଳାକୃତି ଆମ ବିଦେଶକୁ ଫେରାଇ ଆଣିଛୁ । ୨୦୧୩ ପର୍ଯ୍ୟନ୍ତ ୧୩ଟି ପ୍ରତିମୂର୍ତ୍ତି ଭାରତକୁ ଫେରିଥିଲା । କିନ୍ତୁ ଗତ ୭ବର୍ଷ ମଧ୍ୟରେ ୨୦୦ରୁ ଅଧିକ ପ୍ରତିମାକୁ ଆମେ ଆମେରିକା, ସିଙ୍ଗାପୁର ଭଳି ଦେଶରୁ ଫେରାଇ ଆଣିଛୁ ।

ଅନ୍ୟପଟେ, ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ତେଣୁ, ନୂଆ ନୂଆ ବଜାରକୁ ଆମର ଉତ୍ପାଦ ରପ୍ତାନି କରିବା ଆବଶ୍ୟକ। ଦେଶର ବିଭିନ୍ନ ପ୍ରାନ୍ତରୁ ନୂଆ ଉତ୍ପାଦ ସବୁ ବିଦେଶରେ ପହଞ୍ଚୁଛି। ଆସାମର ହୈଲାକାଣ୍ଡିର ଚମଡ଼ା ଉତ୍ପାଦ ଅଥବା ଓସ୍‌ମାନାବାଦର ହସ୍ତତନ୍ତ ଉତ୍ପାଦ, ବିଜାପୁରର ଫଳ ଓ ପନିପରିବା କିଂବା ଚନ୍ଦୌଲିର କଳାଚାଉଳ, ଲଦାଖର ଅଖରୋଟ୍‌, ତାମିଲନାଡୁର କଦଳୀ, ହିମାଚଳର ବାଜରା ଆଦିର ରପ୍ତାନି ବୃଦ୍ଧି ପାଉଛି।

Also Read  BJP Central leadership to take CM call in Delhi