ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ୧୫ ଜଣ ପାଇବେ ପୋଲିସ ସେବା ପଦକ

0
444
15 Police Personnel From Odisha To Be Awarded On I-Day
15 Police Personnel From Odisha To Be Awarded On I-Day

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ୧୫ଜଣ ପୁଲିସ କର୍ମଚାରୀଙ୍କୁ ସେବା ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୨ଜଣ ପୁଲିସ କର୍ମଚାରୀଙ୍କୁ ‘ସାହସିକତା ପୁଲିସ ପଦକ’, ‘୨ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ’ ଏବଂ ‘୧୧ଜଣଙ୍କୁ ଗୁଣାତ୍ମକ ସେବା ପାଇଁ ପୁଲିସ ପଦକ’ ପାଇବାକୁ ମନୋନୀତ ହୋଇଛନ୍ତି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସାହସିକତା ପାଇଁ ଓଡ଼ିଶାରୁ ଯେଉଁ ଦୁଇଜଣ ପୁଲିସ ପଦକ ପାଇବେ ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ କମାଣ୍ଡୋ ପୀତବାସ ପାଣ୍ଡେ। ଆଉ ୧୧ ଜଣଙ୍କୁ ମିଳିବ ଉତ୍କୃଷ୍ଟ ପୋଲିସ ସେବା ପଦକ । ସେହିପରି, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଉଥିବା ୨ଜଣ ଅଧିକାରୀ ହେଉଛନ୍ତି ଭୁବନେଶ୍ବର-କଟକ ପୁଲିସ କମିସନର୍‌ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ଭୁବନେଶ୍ବରସ୍ଥିତ ‘ସିକ୍ୟୁରିଟି ୱିଙ୍ଗ୍‌’ର ଭାରପ୍ରାପ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସରୋଜ କୁମାର ମହାପାତ୍ର।

Also Read  PM urges all political parties to enable smooth Budget Session of Parliament