ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା; ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ‌ଟେକାପଥର ମାଡ଼ ସହ ବାଇକ୍ ଭାଙ୍ଗିଲେ ଦୁର୍ବୃତ୍ତ

0
375
post-election-violence-in-berhampur

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ LIG -୯୪ରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ‌ ଦୁର୍ବୃତ୍ତମାନେ ଟେକାପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କବାଟ ଭାଙ୍ଗି ଘର ଭିତରକୁ ପଶି ଆକ୍ରମଣ କରିଥିଲେ ଦୁର୍ବୃତ୍ତ, ଏଥିରେ ବିଫଳ ହେବା ପରେ ଘରକୁ ପଥର ଫୋପାଡ଼ିଲେ। ଏପରିକି ବାଇକ୍ ଭାଙ୍ଗି ଚୂରମାର୍ କରିଦେଲେ ଦୁର୍ବୃତ୍ତ। ନିର୍ବାଚନରେ ପ୍ରତିଦ୍ଵନ୍ଦିତାକୁ ନେଇ ବିରୋଧୀମାନେ ରକ୍ତମୁଖା ପାଲଟି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଗୋଶାଣିନୁଆଗାଁ ଥାନା ବ୍ରିଟ୍ କଲୋନୀ ଏଲଆଇଜି ୯୪ ଷ୍ଟେଜ୍‌ ୨ରେ ପୂର୍ବତନ କର୍ପୋରେଟର ତଥା ଏଥର ୧୨ ନମ୍ବର ୱାର୍ଡର ସ୍ୱଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ସସ୍ମିତା ଦାସ ଚଳିତ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥିଲେ। ଉଭୟ ଶନିବାର ନିର୍ବାଚନ ଫଳାଫଳରେ ପରାଜିତ ହେବା ପରେ ରାତି ପ୍ରାୟ ୩ଟାରେ ତାଙ୍କ ଘର ସାମ୍ନାରେ କିଛି ଦୁର୍ବୃତ୍ତ ଆତଙ୍କରାଜ କରିଥିଲେ। ଏକ କାରରେ କିଛି ଦୁର୍ବୃତ୍ତ ଆସି ବିରେନଙ୍କ ଘର ଦାଣ୍ଡରେ ଥିବା ବାଇକକୁ ପଥରରେ ଭାଙ୍ଗିଥିଲେ।

Also Read  ଆଜି ବି ୧୦ ହଜାର ଉପରେ ପଜିଟିଭ : ଆକ୍ଟିଭ କେସ୍‌ ୫୦ ହଜାର ପାର