କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

0
365
prashant-kishor-meets-sonia-gandhi amid-buzz-about-joining-congress

ଭୁବନେଶ୍ୱର: ନିର୍ବାଚନ ସହଯୋଗୀ ବା ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବାକୁ ମନା କରିଛନ୍ତି। ମଂଗଳବାର କଂଗ୍ରେସ ଅଫର କୁ ପ୍ରତ୍ୟାକ୍ଷାନ କରିଛନ୍ତି ବୋଲି ପ୍ରଶାନ୍ତ ଟ୍ୱିଟ୍ କରି ଜଣେଇଛନ୍ତି। ଇଏଜି(ଏମ୍ପାୱାରଡ ଆକ୍ସନ୍ ଗୃପ୍) ର ସଦସ୍ଯ ରୂପେ କଂଗ୍ରେସ ରେ ଯୋଗ ଦେବାକୁ ସର୍ବ ପୁରାତନ ଦଳ ଅଫର୍ ଦେଇଥିଲା। ହେଲେ ସେ ଏହି ଅଫର୍ କୁ ଅଗ୍ରାହ୍ଯ କରିଦେଇଛନ୍ତି। କଂଗ୍ରେସ ତାଙ୍କୁ ବିଶେଷ ଅଧିକାର ଏବଂ କିଛି ସ୍ୱତନ୍ତ୍ର(ଫ୍ରି ହ୍ୟାଣ୍ଡ) ପଦବୀ ନ ଦେବାରୁ ସେ ଏହି ଅଫର୍ ଅଗ୍ରାହ୍ୟ କରିଦେଲେ ବୋଲି କିଛି ବରିଷ୍ଠ ନେତା କହିଛନ୍ତି।

“ଅଧ୍ୟକ୍ଷ ସୋନିଆ ଗାନ୍ଧୀ ‘ଇଏଜି-୨୦୨୪’ କମିଟି ଗଠନ କରି ପ୍ରଶାନ୍ତଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ସେ ଏହାକୁ ପ୍ରତ୍ଯାକ୍ଷାନ କଲେ। ଆମେ ତାଙ୍କ ପରିଶ୍ରମ ଓ ପ୍ରସ୍ତାବକୁ ସମ୍ମାନ ଜଣଉଛୁ” ବୋଲି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା ଗଣମାଧ୍ଯମକୁ କହିଛନ୍ତି। ବିଗତ କିଛି ସପ୍ତାହ ଭିତରେ ପ୍ରଶାନ୍ତ କଂଗ୍ରେସ ର ଶୀର୍ଷ ନେତୃତ୍ୱ ସହ ତିନି ଥର ଆଲୋଚନା କରିଛନ୍ତି। ହେଲେ ଏହି ସବୁ ଆଲୋଚନ ସେତେଟା ସଫଳ ହୋଇନଥିବା ଆଜି ସ୍ପଷ୍ଟ ସୂଚିତ। କଂଗ୍ରେସ ଏକ ଭଲ ମଉକା ହାତଛଡ଼ା କରିଥିବା ସମର୍ଥକ ନେଟିଜେନ୍ ମତ ପ୍ରକାଶ କରିଛନ୍ତି।

Also Read  କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌କୁ ଚ୍ୟାଲେଞ୍ଜ କରି କୋର୍ଟକୁ ଗଲା ଟ୍ବିଟର୍‌