ଆଜି ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0
415
President Of India Addresses 12th Convocation of Maharaja Sriram Chandra Bhanja Deo University
President Of India Addresses 12th Convocation of Maharaja Sriram Chandra Bhanja Deo University

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରୁ ସାରା ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତି ଭାବେ ଦେଶକୁ ମୁର୍ମୁଙ୍କର ଏହା ପ୍ରଥମ ସମ୍ବୋଧନ ହେବ | ନିକଟରେ ସେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଭାରତ ଏଥର ୭୬ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ ସନ୍ଧ୍ୟା ୭ ଟାରୁ ଦୂରଦର୍ଶନର ସମସ୍ତ ଚ୍ୟାନେଲ ଏବଂ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କରେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀ ଭାଷାରେ ପ୍ରସାରଣ କରାଯିବ |

ଦୂରଦର୍ଶନର ହିନ୍ଦୀ ଏବଂ ଇଂରାଜୀରେ ସମ୍ବୋଧନ ପରେ ଏହା ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଚ୍ୟାନେଲ ଦ୍ୱାରା ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ | ଆଞ୍ଚଳିକ ଭାଷାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ରାତି ୯.୩୦ ରେ ଅଲ ଇଣ୍ଡିଆ ରେଡିଓର ସମ୍ପୃକ୍ତ ଆଞ୍ଚଳିକ ନେଟୱାର୍କରେ ପ୍ରସାରିତ ହେବ।
ଉଲ୍ଲେଖଯୋଗ୍ୟ ଗତ ମାସରେ ଜୁଲାଇ ୨୫ରେ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶ ରାଷ୍ଟ୍ରପତି ହୋଇଥିଲେ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଆସୀନ ହେବାରେ ମୁର୍ମୁ ହେଉଛନ୍ତି ସବୁଠାରୁ କନିଷ୍ଠ ମହିଳା ଏବଂ ପ୍ରଥମ ଆଦିବାସୀ ମହିଳା। ଏହାଛଡ଼ା ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଯିଏକି ସ୍ବାଧୀନତା ପରେ ଜନ୍ମ ହୋଇଛନ୍ତି ।

ଦେଶବାସୀ ମଧ୍ୟ ରାଷ୍ଟ୍ରପତିଙ୍କ ସ୍ବାଧୀନତା ଦିବସ ସମ୍ବୋଧନ ଶୁଣିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି । କାରଣ ସେମାନେ ପ୍ରଥମ ଥର ପାଇଁ ତାଙ୍କ ସମ୍ବୋଧନ ଶୁଣିବେ । ରାଷ୍ଟ୍ରପତି ନିଜ ସମ୍ବୋଧନରେ କେଉଁ ସବୁ ପ୍ରସଙ୍ଗ ଉପରେ କହିବେ ସେ ନେଇ ଦେଶବାସୀଙ୍କ ମନରେ ଉତ୍କଣ୍ଠା ରହିଛି।

Also Read  President of India awards standards to Armoured Corps Centre and School Ahmednagar