ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାରାଣସୀ ଗସ୍ତରେ ଯିବେ

0
292
PM Narendra Modi Leave for 4 day US tour

ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାରାଣସୀରେ ଗସ୍ତରେ ଯିବେ । ନିଜ ସଂସଦୀୟ କ୍ଷେତ୍ର ପାଇଁ ମୋଦି ୧୭୭୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ମୋଟ ୩୧ଟି ପ୍ରକଳ୍ପ ଜନତାଙ୍କ ପାଇଁ ସମର୍ପିତ କରିବେ, ଯେଉଁଥିରେ କି ୫୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୧୨୨୦ କୋଟି ଟଙ୍କାରେ ନିର୍ମିତ ହେବାକୁ ୧୩ ପ୍ରକଳ୍ପ ପାଇଁ ମୋଦୀ ଶିଳାନ୍ୟାସ କରିବେ । ଛାତ୍ରମାନଙ୍କ ସହିତ ଋଦ୍ରାକ୍ଷା କନଭେନଶନ ସେଣ୍ଟରରେ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ସହିତ ଅଖିଳ ଭାରତୀୟ ଶିକ୍ଷା ସମାଗମରେ ମଧ୍ୟ ଅଂଶଗ୍ରହଣ କରିବେ ।

ପ୍ରଧାନମନ୍ତ୍ରୀ ଗସ୍ତ ଶେଷ କରିବା ପୂର୍ବରୁ ସିଗରାସ୍ଥିତ ଡା. ସଂପୂର୍ଣ୍ଣାନନ୍ଦ ଷ୍ଟାଡିୟମରେ ଖେଳାଳିଙ୍କ ସମେତ ପାଖାପାଖି ୨୦ ହଜାର ଲୋକଙ୍କୁ ନେଇ ଆୟେଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହି ଗସ୍ତକାଳରେ ସେ ନିଜର ସଂସଦୀୟ କ୍ଷେତ୍ର ବାରାଣସୀରେ ପାଖାପାଖି ବିତାଇବେ । ନିଜର ଏହି ଗସ୍ତରେ ପିଏମ୍ ମୋଦୀ କାଶୀବାସୀଙ୍କୁ ୧୮୦୦ କୋଟି ପ୍ରକଳ୍ପର ଉପହାର ଦେବେ ।

Also Read  ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ : ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କର