ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ‘ଭଲ ନ ଲାଗିବାରୁ ରୋଷ ଘର ଚୁଲି ଭାଙ୍ଗିଥିଲେ ଅଭିଯୁକ୍ତ’

0
400
Puri Shree Mandir Roshaghara Incident

ପୁରୀ: ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ଗତକାଲି ପୁରୀ ପୁଲିସ୍‌ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ସଂପର୍କରେ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି | ଗିରଫ ଅଭିଯୁକ୍ତଙ୍କ ନାଁ ଜେ. ମହାପାତ୍ର ଓ ତାଙ୍କ ବୟସ ୩୦ ବୋଲି ଜଣାଯାଇଛି। ଜେ. ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ବୋଲି ଜଣାଯାଇଛି।

ତେବେ ଚୁଲି ଭାଙ୍ଗିବା ପଛର କାରଣ ବାବଦରେ ଏସପି କହିଛନ୍ତି ଯେ ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯିବାରୁ ସେ କହିଥିଲା ଯେ ତାଙ୍କୁ ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିଲେ | ଏନେଇ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ପୁରୀ ଏସ୍‌ପି କହିଛନ୍ତି, ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲେ। ଏହା ମଧ୍ୟରେ ସେ କିଛି ଅସହଜ ଅନୁଭବ କଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିଲେ। ସେଠାରୁ ସେ ପୁରୀ ସି-ବିଚ୍‌କୁ ଗାଲିଗଲେ। ସେଠାରେ ଗାଧୋଇ ଟ୍ରେନ୍‌ରେ ଫେରାର ହୋଇଯାଇଥିଲେ। ଏହି ସମସ୍ତ ଘଟଣା ଅଭିଯୁକ୍ତ ଜଣକ ଜେରା ବେଳେ ବଖାଣିଥିବା କହିଛନ୍ତି ଏସ୍‌ପି।\

ସୂଚନାଯୋଗ୍ୟ, ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା।

Also Read  Chaos in Odisha assembly as Cong MLAs blow whistles to protest 'rising crimes' against women