ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡିର ମାରାଥନ ଜେରା

0
399

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଜେରା କରିଛି। ପ୍ରଥମେ ୩ଘଣ୍ଟା ଜେରା କରାଯିବା ପରେ ପୁଣି ଥରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ରାହୁଲ । ତାଙ୍କୁ ପୁଣି ଜେରା କରାଯାଉଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ ୩ ଅଧିକାରୀ । ପ୍ରାୟ ୩ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଥିଲା ।

ଇଡିରେ ହାଜର ହେବାକୁ ଆଜି ରାହୁଲ ଗାନ୍ଧି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଦଳୀୟ ନେତା ଓ ଶତାଧିକ ସମର୍ଥକଙ୍କ ଗହଣରେ ରାହୁଲ ଇଡି ଅଫିସକୁ ଯାଇଥିଲେ । ରାହୁଲଙ୍କୁ ଇଡି ନୋଟିସ କରିବା ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି ।

ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ଅପରାଧିକ ବିଭାଗ ଅଧୀନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ରେକର୍ଡ କରୁଛି। ପ୍ରାୟ ଅଢେ଼ଇ ଘଣ୍ଟା ପଚରାଉଚରା ପରେ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୨:୧୦ ସମୟରେ ଇଡି ମୁଖ୍ୟାଳୟରୁ ଭୋଜନ ପାଇଁ ଯିବାକୁ ଅନୁମତି ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଇଡି ତାଙ୍କୁ ପୁଣି ପଚରାଉଚରା କରୁଛି।

Also Read  ED attaches Rs 15 cr worth properties in name of godman Sura Baba and sons