ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

0
493
rajiv-kumar-appointed-new chief-election-commissioner

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ନିଯୁକ୍ତ କରିଛନ୍ତି। ମେ ୧୫ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିବା ବେଳେ ସେ ୨୦୨୫ ଯାଏଁ ଏହି ପଦବୀରେ ରହିବେ । ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ରେ ଅବସର ନେବେ। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜୀବ ନୀତି ଆୟୋଗର ଭାଇସ୍ ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସେ ଏପ୍ରିଲ୍ ମାସରେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।

ରାଜୀବ କୁମାର ଭାରତର ନିର୍ବାଚନ ଆୟୋଗରେ ୧ ସେପ୍ଟେମ୍ବର ୨୦୨୦ରେ ଯୋଗ ଦେଇଥିଲେ। ନିର୍ବାଚନ ଆୟୋଗର ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସେଲେକ୍ସନ ବୋର୍ଡ (ପିଇଏସବି) ର ଚେୟାରମ୍ୟାନ୍ ଥିଲେ। ସେ ଏପ୍ରିଲ୍ ୨୦୨୦ରେ ପିଇଏସବିର ଚେୟାରମ୍ୟାନ୍ ଭାବରେ ଯୋଗ ଦେଇଥିଲେ। କୁମାର ଜଣେ ୧୯୮୪ ଝାଡଖଣ୍ଡ କ୍ୟାଡରର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ।ରାଜୀବ କୁମାର ବି.ଏସ୍.ସି ଏବଂ ଏଲ୍ଏଲବି କରିବା ପରେ ପବ୍ଲିକ୍ ପଲିସି ଏବଂ ସଷ୍ଟେନେବିଲିଟିରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ | ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ଅଗଷ୍ଟ ୨୦୨୦ ରେ ନିର୍ବାଚନ ଆୟୋଗର ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଥିଲେ।

Also Read  President of India inaugurates the 12th CII-Exim bank conclave on India Africa Project Partnership