ରଣବୀର-ଆଲିଆ ବିବାହ ପର୍ବ ଆରମ୍ଭ

0
303

ମୁମ୍ବାଇ: ପାଞ୍ଚ ବର୍ଷ ଡେଟିଂ କରିବା ପରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶେଷରେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚେମ୍ବୁରର ଆର୍‌କେ ହାଉସ୍‌ରେ ସେମାନଙ୍କ ବିବାହ ପର୍ବ ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି। ପ୍ରଥମେ ଗଣେଶ ପୂଜା ଓ ପରେ ମେହେନ୍ଦୀ ଏବଂ ସଂଗୀତ ସହିତ ଭଟ୍ଟ ଏବଂ କପୁର ପରିବାରର ମିଳିତ ରାତ୍ରୀ ଭୋଜନରେ ଶେଷ ହେବ। ଆସନ୍ତାକାଲି ପିତୃପୂଜା ଅନୁଷ୍ଠିତ ହେବ। ରଣବୀର ତାଙ୍କ ପିତା ଦିବଂଗତ ଅଭିନେତା ଋଷି କପୁରଙ୍କ ପାଇଁ ଏକ ବିଶେଷ ପୂଜା କରିବେ ଏବଂ ତା’ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ଆଜି ବାସ୍ତୁରେ ପହଞ୍ଚି ସାରିଛନ୍ତି। ପ୍ରଖ୍ୟାତ ଗାୟକ ପ୍ରତୀକ ଖୁଦା ମେହେନ୍ଦି ସମାରୋହରେ ସଙ୍ଗୀତ ପରିବେଷଣ କରିଛନ୍ତି। ଆଜିର ଉତ୍ସବରେ ଶୁଦ୍ଧ ଶାକାହାରୀ ଖାଦ୍ୟ ସହିତ ଇଡଲି, ଦୋସା, ମେଦୁବରା, ଚାଟ-ପାପ୍ରି ଏବଂ ଭାଲେ ଭଳି ଦକ୍ଷିଣ ଭାରତୀୟ ସୁସ୍ବାଦୁ ଖାଦ୍ୟ ସହ ମିଠା ଓ ଲସି ପରସା ଯାଇଛି। ଆସନ୍ତାକାଲି ଅପରାହ୍ନ ୩ଟାରେ ବାସ୍ତୁ ବିଲ୍ଡିଂରେ ଥିବା ସେମାନଙ୍କ ଫ୍ଲାଟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ କେବଳ ଉଭୟ ପରିବାରର ଘନିଷ୍ଠ ବନ୍ଧୁମାନେ ଯୋଗଦେବେ।

Also Read  ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ