ଭୁବନେଶ୍ୱର : ପୁଣି ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଉଛନ୍ତି ରକ୍ତ ଚରିତ୍ର ଗ୍ୟାଙ୍ଗ । ରାତିରେ ରାଜରାସ୍ତାକୁ କବଜା କରି ମାତାଲ ଅବସ୍ଥାରେ ଆତଙ୍କ ଖେଳାଉଥିବା ଆସାମାଜିକ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହାତରେ ମଦ ବୋତଲ ଧରି ମାତାଲ ଅବସ୍ଥାରେ ଉତ୍ପାତ କରୁଛନ୍ତି । ଖାଲି ସେତିକି ନୁହେଁ, ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି ନିଜ କାରନାମାକୁ। ରାତି ହେଲେ ପ୍ରତିଦିନ ଏଭଳି ନିଶାସକ୍ତ ଯୁବକଙ୍କ ଉତ୍ପାତ ବଢୁଛି । ଆଉ ଏମାନଙ୍କ ଶିକାର ହୋଇଛନ୍ତି କିଛି ଘରୋଇ କଲେଜ ଛାତ୍ର । ଏନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଭିଡିଓ ଆଧାରରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛି ।