କାମକୁ ଫେରିଲେ ବିବାହିତା ଆଲିଆ , ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ

0
129

ମୁମ୍ବାଇ : କପୁଲ ପରିବାରର ବୋହୂ ହୋଇଛନ୍ତି ଆଲିଆ । ରଣବୀର କପୁର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଲିଆ । ହେଲେ ବିବାହର ୫ ଦିନ ପରେ ଆଲିଆ ଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଆଲିଆ ନିଜର କୌଣସି ପ୍ରୋଜେକ୍ଟକୁ ନେଇ କାମକୁ ଯାଉଥିବା ଖବର ସାମ୍ନାକୁ ଆସିଛି । ଏହି ସମୟରେ ଆଲିଆ ପିଙ୍କ୍ କଲରର ସାଲୁଆର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।ଏହା ସହିତ ଆଲିଆ ଏକ କଲରଫୁଲ୍ ହ୍ୟାଣ୍ଡ ବ୍ୟାଗ ମଧ୍ୟ ଧରିଥିବା ନଜର ଆସିଥିଲେ ।

ଯାହାକ କିଛି ଫଟୋ ଏବଂ ଭଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ବିବାହ ପରର ବାହାରକୁ ଯିବାର ଏହା ହେଉଛି ଆଲିଆଙ୍କ ପ୍ରଥମ ଲୁକ୍ । ଏୟାରପୋର୍ଟର ଏକ ପ୍ରାଇଭେଟ ସାଇଡରେ ଆଲିଆଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ମିଡିଆ ସାମ୍ନାରେ କିଛି ପୋଜ୍ ଦେଇଥିଲେ ଆଲିଆ । ବଲିଉଡର ନବ ବିବାହିତା ଆଲିଆଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଗଲାଣି । ବିବାହ ପରେ ଆଲିଆଙ୍କ ସିମ୍ପୁଲ୍ ଗେଟଅପକୁ ଖୁବ୍ ପ୍ରଶଂସା କରୁଛନ୍ତି ଫ୍ୟାନ୍ ମାନେ ।

Also Read  ନ୍ୟାସନାଲ ହେରାଲ୍ଡ ମାମଲାରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧିଙ୍କ ଖୋଲା ଚ୍ୟାଲେଞ୍ଜ

LEAVE A REPLY

Please enter your comment!
Please enter your name here