କରଞ୍ଜିଆରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଗୁରୁତର

0
138
'Hit And Run' Case On Bhubaneswar Footpath: Labourer Killed
'Hit And Run' Case On Bhubaneswar Footpath: Labourer Killed

କରଞ୍ଜିଆ: ଭୟାନକ ସଡ଼କ ଦୁର୍ଘଟଣା। କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳ ୬ଘଟିକା ସମୟରେ କାଠ କରଞ୍ଜିଆ ପୋଲ ନିକଟରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।

ଧକ୍କା ହେବା ଫଳରେ ଟ୍ରକରେ ୨ ଜଣ ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ତେବେ ଘଟଣାସ୍ଥଳରୁ ଆମ୍ବୁଲାନ୍ସରେ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିଲେ ବି ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଅନ୍ୟପଟେ ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ତେବେ ଟ୍ରକ ଦୁଇଟି ମୁହାଁମୁହିଁ ଧକ୍କା ହୋଇଥିବା କାରଣରୁ ରାସ୍ତାଟି ଅବରୋଧ ହୋଇଯାଇଛି। ଯାହା ଫଳରେ ଗାଡି ଯିବା ଆସିବା ବାଧା ପ୍ରାପ୍ତ ହେଉଛି । ଉଭୟ ପଟେ ଶହ ଶହ ଗାଡି ଅଟକି ରହିଥିବା ସହିତ ପୋଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ହଟାଇ ରାସ୍ତା ସଫା କରିବା ପାଇଁ ଚେଷ୍ଟା କରୁଛି ।

Also Read  ନିଶା ଉପରେ ରୋକ: କେନ୍ଦ୍ରର ଚାରି ଜଣିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

LEAVE A REPLY

Please enter your comment!
Please enter your name here