ହାଇୱା ସହ ଯାତ୍ରୀବାହୀ ଅଟୋ ମୁହାଁ ମୁହିଁ ଧକ୍କା, ୩ ମୃତ

0
288
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

କେନ୍ଦୁଝର: ଆନନ୍ଦପୁର କୋଡପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଚିପ୍ସ ବୋଝେଇ ହାଇୱା ସହ ଯାତ୍ରୀବାହୀ ଅଟୋ ମୁହାଁ ମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଫଳରେ ୩ ଅଟୋ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଅଟୋକୁ ଧକ୍କା ଦେବା ପରେ ହାଇୱାଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ଦୁର୍ଘଟଣା ପରେ ସ୍ଥାନିୟଲୋକ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ ଜଣ ଗୁରୁତର ରହିଛନ୍ତି।

Also Read  ୨ମାସରେ ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ