ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ

0
402
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଗଲା ୩ ଜଣଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଡିଆନାଳି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ କରୁଛି। ମୃତକ ହେଲେ ଘଟଗାଁ ଥାନା ଆମ୍ବୁଆପଡ଼ା ଗ୍ରାମର ତ୍ରିଲୋଚନ ମହାନ୍ତ, ପାଟଣା ଥାନା ସୋରାସକେଲା ଗ୍ରାମର ରମାକାନ୍ତ ନାଏକ ଏବଂ ରୁଢ଼ିଆପଡା ଗ୍ରାମର ସୁନିଲ ଦାସ। ଗୁରୁତର ଜଣକ ହେଉଛନ୍ତି ମୂଷାଖୋରୀ ପଞ୍ଚାୟତ ପଡ଼ିଆପଶି ଗ୍ରାମର କମଳାକାନ୍ତ ମହାନ୍ତ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସୁନିଲ ଏବଂ ରମାକାନ୍ତ ଏକ ବାଇକ୍‌ରେ ପାଟଣା ଆସୁଥିଲେ। ସେତିକିବେଳେ ବିପରିତ ଦିଗରୁ ତ୍ରିଲୋଚନ ଓ କମଳାକାନ୍ତ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ବେଳେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ କଟକ ସ୍ଥାନାନ୍ତର ସମୟ ରେ ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Also Read  Chilean company HIF Global to invest $1bn in Odisha