ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୧ମାସରୁ ଅଧିକ ହେଲାଣି। ହେଲେ ଥମିନି ଆକ୍ରମଣ। ଦୁଇ ଦେଶର ମୁଖ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏହା ମଧ୍ୟରେ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସୈନ୍ୟଙ୍କ ପର୍ଯ୍ୟନ୍ତ ଜୀବନ ହରାଇଲେଣି । ଦିନକୁ ଦିନ ଆକ୍ରମଣ ବଢ଼ୁଥିବା ବେଳେ ଆଜି ପୁଣି ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷ। ଏହି ଆକ୍ରମଣରେ ୩୦ଜଣ ଲୋକଙ୍କର ମୃତ୍ୟୁ ହେବା ସହିତ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ନାଗରିକମାନଙ୍କୁ ଉଦ୍ଧାର ଓ ସ୍ଥାନାନ୍ତରିତ କରିବା ପାଇଁ ସେହି ଷ୍ଟେସନକୁ ବ୍ୟବହାର କରାଯାଉଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ସୂଚନା ଅନୁସାରେ, ଯେତେବେଳେ ରକେଟ ଆକ୍ରମଣ ହେଲା ୟୁକ୍ରେନର ୧୦୦୦ ଜଣ ନାଗରିକ ସେତେବେଳେ ଷ୍ଟେସନରେ ଥିଲେ ଓ ସୁରକ୍ଷିତ ଅଞ୍ଚଳକୁ ଯିବାକୁ ଚେଷ୍ଠା କରୁଥିଲେ। ଏହା ପୂର୍ବରୁ ଖବର ସରବରାହ ସଂସ୍ଥା ରୟେଟର୍ସ ୟୁକ୍ରେନ ରେଳ ପ୍ରମୁଖଙ୍କ ସୂଚନା ଆଧାରରେ କହିଥିଲାଯେ ରେଳ ଧାରଣାରେ ଏକ ଏୟାର ଷ୍ଟ୍ରାଇକ ହେବାପରେ ଗୁରୁବାର ସ୍ଥାନାନ୍ତର ପ୍ରକ୍ରିୟା ପ୍ରଭାବିତ ହୋଇଛି ଓ ଟ୍ରେନ୍ ବାତିଲ ହୋଇଛି।