ଏମଡିଏମ ସ୍କିମରେ ଘୋଟାଲା ? ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

0
136

ଭୁବନେଶ୍ୱର: ଏମଡିଏମ୍ ସ୍କିମ୍ ବା ସ୍କୁଲ ପିଲାଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁର୍ନୀତି ହୋଇଛି । ଶାସକ ଦଳ ଏବେ ଏହାକୁ ଚପାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି। ବିଜେଡି ସରକାର ବିରୋଧରେ ଏପରି ଏକ ଅଭିଯୋଗ ଆଣି ବର୍ଷିଛି ବିରୋଧୀ ଭାରତୀୟ ଜନତା ପାର୍ଟି । ବୁଧବାର ରାଜ୍ୟ ବିଜେପିର ନେତା ତଥା ବିଧାୟକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନନୀ କରି ଏପରି ଦୂର୍ନିତି ଅଭିଯୋଗ ଆଣିଛନ୍ତି। ଯାହାର ଜବାବ ରଖିଛି ବିଜେଡି ।

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, କୋରାପୁଟର ଜୟପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଏମଡିଏମ୍ ଚାଉଳ ଯୋଗାଣରେ ଦୁର୍ନୀତି ହୋଇଛି। ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି। ଜୁଲାଇ ୨୦ରେ ସେ ଏହି ପ୍ରସଙ୍ଗକୁ ଶୂନ୍ୟ କାଳରେ ଉଠାଇଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି,୫୦ କେଜି ଚାଉଳ ପ୍ୟାକେଟରେ ୪୬ କେଜି ଚାଉଳ ଥିବା ଜଣାପଡ଼ିଥିଲା। ଅର୍ଥାତ ଯଦି ଗୋଟିଏ ପ୍ୟାକେଟରେ ୪ କେଜି ଚାଉଳ କମ୍ ରହିଛି ତାହାଲେ ୧୦୦ କେଜି ଚାଉଳରେ ୮ କେଜି ଚାଉଳର ଅଭାବ ରହିଛି । ଏହି ଦୁର୍ନୀତିରେ ତଳ ଅଧିକାରୀରୁ ବଡ ବଡିଆ ସମସ୍ତେ ସାମିଲ ରହିଛନ୍ତି ବୋଲି ମୋହନ ମାଝୀ କହିଛନ୍ତି।

ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ସରକାର ଚାଉଳ ପ୍ୟାକେଟରେ କାହିଁକି ୪ କେଜି ଚାଉଳ କମ୍ ଥିଲା ଜାଣିବାକୁ ଚେଷ୍ଟା କରିବା ପରିବର୍ତ୍ତେ କେବଳ ସିଆରସିସି ଏବଂ କିଛି ଶିକ୍ଷକଙ୍କୁ ବଦଳି କରି ଦେଇ ଚୁପ୍ ବସିପଡିଛନ୍ତି ବୋଲି ବିଧାୟକ ମୋହନ ମାଝୀ କହିଛନ୍ତି। ଏହ୍ ଦୁର୍ନୀତି କେବଳ କୋରାପୁଟ ଜିଲ୍ଲାରେ ସୀମିତ ନୁହେଁ ବଲାଙ୍ଗିର ଓ ନୂଆପଡ଼ା ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଏମଡିଏମ ଦୁର୍ନୀତି ହୋଇଛି । ବିରୋଧୀ ବିଜେପିର ଏପରି ଅଭିଯୋଗକୁ କିନ୍ତୁ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ । ସେ କହିଛନ୍ତି, ମୁଁ ଯାହା ଦେଖିଛି ଏବଂ ଜାଣିବାକୁ ପାଇଛି ଯେ ଓଜନ ମାପିବା ମେସିନ୍ ଠିକ୍ ଓଜନ ଦେଖାଉଛି। ସମ୍ପୃକ୍ତ ବିଭାଗ ମଧ୍ୟ ଏହାକୁ ସୁନିଶ୍ଚିତ କରୁଛି ।

Also Read  ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି

LEAVE A REPLY

Please enter your comment!
Please enter your name here