କେରଳରେ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ; ଦେଶରେ ଦ୍ୱିତୀୟ ମାମଲା

0
202
another-monkeypox-case-reported-in-kerala

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇଲା ମଙ୍କିପକ୍ସ । କେରଳରେ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ । କେରଳରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତର ଚିନ୍ତା ବଢ଼ିଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ଏହାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଏହି ସଂକ୍ରମିତ ଜୁଲାଇ ୧୩ରେ କେରଳରେ ପହଞ୍ଚିଥିଲେ । କୁନ୍ନୁର ଏହି ବ୍ୟକ୍ତିଙ୍କର ପରିୟାରାମ ମେଡିକାଲ କଲେଜରେ ଚିକିତ୍ସା ଜାରିରହିଛି ।

କେରଳରେ ଆସିଥିବା ଦୁଇଟି ମାମଲା ସହ ବିଦେଶୀ କନେକ୍ସନ ରହିଛି । ପ୍ରଥମ ସଂକ୍ରମିତ ବ୍ୟକ୍ତି ଅନ୍ୟ ଦେଶରୁ ଭାରତ ଆସିଥିଲେ । ଏହାପରେ ତାଙ୍କୁ ପ୍ରବଳ ଜର ଏବଂ ଦେହ ବଥା ହୋଇଥିଲା । ସେହିଭଳି ଏବେ ଯେଉଁ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ସେ ମଧ୍ୟ ଦୁବାଇରୁ ଭାରତକୁ ଫେରିଥିଲେ । ସବୁଠାରୁ ବଡ଼ କଥା ଏହା କି ଯେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ପ୍ରାୟ ଦୁଇ ମାସ ପୂର୍ବରୁ ଭାରତକୁ ଫେରିଥିଲେ, କିନ୍ତୁ ଏବେ ତାଙ୍କ ଦେହରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି ।

Also Read  Last Lunar Eclipse of the Year on 19th Nov ; Know In Details

LEAVE A REPLY

Please enter your comment!
Please enter your name here