ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି

0
314

ମୁମ୍ବାଇ: ଗିରଫ ହେଲେ ସାଂସଦ ସଞ୍ଜୟ ରାଉତ। ଜମି ଦୁର୍ନୀତି ମାମଲାରେ ୬ ଘଣ୍ଟାରୁ ଅଧିକ ସମୟ ଜେରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ରବିବାର ମଧ୍ୟରାତ୍ରିରେ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ସେ ତଦନ୍ତରେ ସହଯୋଗ କରିବାକୁ ମନା କରିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ରବିବାର ସକାଳ ପ୍ରାୟ ୭ ଟା ସମୟରେ ଇଡି ଅଧିକାରୀମାନେ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ରାଉତଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ ଅନୁସନ୍ଧାନକାରୀ ସଂସ୍ଥାର ଟିମ୍ ସହିତ ସିଆରପିଏଫ୍ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପରେ ତାଙ୍କୁ ଅଟକ ରଖାଯାଇଥିଲା । ଶିବସେନାର ରାଜ୍ୟସଭା ସଦସ୍ୟ ରାଉତଙ୍କୁ ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟରେ ହାଜର କରାଯିବ । ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ ।

ଉଲ୍ଲେଖଯୋଗ୍ୟ, ରାଉତ ଏହି ମାମଲାରେ ନିଜର ବୟାନ ରେକର୍ଡ କରିବା ପାଇଁ ଜୁଲାଇ ୧ରେ ଇଡି ସମ୍ମୁଖରେ ହାଜର ହୋଇଥିଲେ। ଏହା ପରେ ଏଜେନ୍ସି ତାଙ୍କୁ ଦୁଇଥର ସମନ ଜାରି କରିଥିଲା, କିନ୍ତୁ ସଂସଦର ମୌସୁମୀ ଅଧିବେଶନରେ ବ୍ୟସ୍ତ ଥିବା ଦର୍ଶାଇ ସେ ହାଜର ହୋଇନଥିଲେ। ରାଜ୍ୟସଭା ସଦସ୍ୟ ରାଉତ ସେ କୌଣସି ଭୁଲ୍ କରିଥିବା କଥାକୁ ଅସ୍ୱୀକାର କରିଆସିଛନ୍ତି । ରାଜନୈତକ ପ୍ରତିଶୋଧ ନେବାକୁ ତାଙ୍କୁ ଟାର୍ଗେଟ କରାଯାଉଥିବା ରାଉତ ଅଭିଯୋଗ କରିଛନ୍ତି।

Also Read  ମହାରାଷ୍ଟ୍ର ର ମନ୍ତ୍ରୀ ନବାବ ମଲିକ ଙ୍କ ଅଣ୍ଡରୱାର୍ଲ୍ଡ ଙ୍କ ସହ ସମ୍ପର୍କ !: ଇଡ଼ି ପକ୍ଷରୁ ଖୋଳତାଡ

LEAVE A REPLY

Please enter your comment!
Please enter your name here