ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା

0
440
shivsena support-droupadi-murmu-for-president

ମୁମ୍ୱାଇ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା ! ଦୌପଦୀ ମୁର୍ମୁଙ୍କୁ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥନ କରିବ ବୋଲି ଜଣାପଡ଼ିଛି । ଦଳୀୟ ଏମପିଙ୍କ ଚାପରେ ଉଦ୍ଧବ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସୋମବାର ଠାକ୍‌ରେଙ୍କ ବାସଭବନରେ ସାଂସଦମାନେ ତାଙ୍କୁ ଭେଟି ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଠାକ୍‌ରେଙ୍କ ଏହି ନିଷ୍ପତ୍ତି ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳୀୟ ପ୍ରାର୍ଥୀ ଜଶୱନ୍ତ ସିହ୍ନାଙ୍କ ପାଇଁ ଏକ ବିରାଟ ପ୍ରତିବନ୍ଧକ ହେବ।

ମହାରାଷ୍ଟ୍ରର ଶିବଶେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବାକୁ ଥିବା ଏକ ପ୍ରମୁଖ ବୈଠକରେ ୧୨ ଜଣ ସାଂସଦ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଂସଦ ରା‌ଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ନିଜର ସମର୍ଥନ ଜଣାଇଥିଲେ।

Also Read  Mysuru Dasara ; President Droupadi Murmu Inaugurated The Ten-day Festival