୧୦୦ ଟଙ୍କା ପାଇଁ ମାଆକୁ ପିଟିପିଟି ହତ୍ୟା କଲା ନୃଶଂସ ପୁଅ

0
267
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ମୟୂରଭଞ୍ଜ: ଟଙ୍କା ପାଇଁ ସମ୍ପର୍କ ଭୁଲିଗଲା ପୁଅ । ୧୦୦ଟଙ୍କା ପାଇଁ ନିଜ ଜନ୍ମ କଲା ମାଆକୁ ହତ୍ୟା କଲା ନୃଶଂସ ପୁଅ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଟପଡିଆ ସାହିରେ ଘଟିଛି ଏଭଳି ବୀଭତ୍ସ ହତ୍ୟା । ୧୦୦ଟଙ୍କା ନଦେବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବାର ସୂଚନା ଦେଇଛନ୍ତି ଯଶିପୁର ଥାନା ଆଇଆଇସି। ମୃତକ ଜଣକ ହେଉଛନ୍ତି ଶାଳନ୍ଦୀ ନାଏକ ବୋଲି ଜଣାପଡିଛି। ମା’କୁ ହତ୍ୟା କରିବା ପରେ ପୁଅ ସଜୋର ନାଏକ ଘଟଣାସ୍ଥଳାରୁ ଫେରାର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁସାରେ, ମଦ ପିଇବା ପାଇଁ ମା’ କୁ ୧୦୦ ଟଙ୍କା ମାଗିଥିଲା ପୁଅ। କିନ୍ତୁ ମା’ ଟଙ୍କା ଦେବାକୁ ସିଧା ମନା କରିଦେଇଥିଲେ। ଏହାପରେ ନୃଶଂସ ପୁଅ ରାଗିଯାଇ ଘରେ ଥିବା ଏକ ଠେଙ୍ଗାରେ ମା’ ଙ୍କ ମୁଣ୍ଡକୁ ମାଡ଼ ମାରିବା ପରେ ଟେକି କରି ଚଟାଣରେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ମା’ ଶାଳନ୍ଦୀ ନାଏକଙ୍କ ପ୍ରାଣବାୟୁ ଉଡିଯାଇଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Also Read  Odisha: Fani batters AIIMS Bhubaneswar unit, rips off hostel roof