ପୁଣି ଜରୁରୀ ଅବତରଣ କଲା ସ୍ପାଇସ୍ ଜେଟ ବିମାନ, ଯାନ୍ତ୍ରିକ ତ୍ରୁଟି ପରେ ପାକିସ୍ତାନରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ

0
349
spicejet-flight-emergency-landing-in-karachi

ନୂଆଦିଲ୍ଲୀ: ପୁଣି ଜରୁରୀ ଅବତରଣ କଲା ସ୍ପାଇସଜେଟ୍ ବିମାନ । ଦିଲ୍ଲୀରୁ ଦୁବାଇ ଯାଉଥିବାବେଳେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ପାକିସ୍ତାନରେ ଜରୁରୀ ଅବତରଣ କରିଛି । ପାକିସ୍ତାନର କରାଚିରେ ଏହି ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ସ୍ପାଇସ୍‌ଜେଟ୍‌ ର ଏକ ବିମାନ ଆଜି ସକାଳୁ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା। ତେବେ ଅଧାବାଟରେ ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଏହାକୁ କରାଚି ବିମାନ ବନ୍ଦରରେ ପାଇଲଟ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ। କରାଚୀ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏବେ ଆଉ ଏକ ବିମାନ କରାଚୀ ପଠାଯାଇଛି । ସେଥିରେ ଯାତ୍ରୀଙ୍କୁ ଦୁବାଇ ନିଆଯିବ ବୋଲି କମ୍ପାନୀ କହିଛି ।

Also Read  Pakistan PM's remarks regrettable: India