ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ହଟିଲା ଜରୁରୀ ପରିସ୍ଥିତି

0
234
sri-lankan-government-lifted-emergency

କଲମ୍ବୋ : ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାରେ ଲାଗୁ ଜରୁରୀ ପରିସ୍ଥିତିକୁ ପ୍ରତ୍ୟାହାର କରିନିଆଯାଇଛି । ଆର୍ଥିକ ସଙ୍କଟ, ସରକାର ବିରୋଧରେ ଲୋକଙ୍କ ପ୍ରଦର୍ଶନକୁ ଆଖିରେ ରଖି ଦୁଇ ସପ୍ତାହ ପୂର୍ବେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ତେବେ ଏହାକୁ ହଟାଇଦିଆଯାଇଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟ୍ଟାବାୟା ରାଜପକ୍ଷେ ଗୋଟିଏ ମାସରେ ଦୁଇଥର ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଶୁକ୍ରବାର ମଧ୍ୟରାତ୍ରୀରୁ ସାରା ଦେଶରୁ ଜରୁରୀପରିସ୍ଥିତି ଉଠାଇଦିଆଯାଉଛି । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଂକଟ ପାଇଁ ରାଜପକ୍ଷେ ପରିବାର ଦୋଷୀ ଥିବା ଏଠାକର ଲୋକେ ଭାବୁଛନ୍ତି। ଏହି କାରଣରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦେଶର ଜନାତା ରାସ୍ତାକୁ ଓହ୍ଲାଇବା ସହ ହିଂସା ଘଟାଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗୋଟବାୟା ରାଜପକ୍ଷେ ଦେଶରେ ଏମରଜେନ୍ସି ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଦଶରେ ସରକାର ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନକାରୀ ମଧ୍ୟରେ ସଂଘର୍ଷରେ ୯ ଜଣଙ୍କ ଜୀବନ ଯାଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକେ ଆହାତ ହୋଇଥିଲେ।

ତେବେ ଶ୍ରୀଲଙ୍କାର ଅର୍ଥନୀତିକୁ ରାତାରାତି ସୁଧାରିବାକୁ ତାଙ୍କ ପାଖରେ କୌଣସି ଉପାୟ ନାହିଁ ବୋଲି କହିଛନ୍ତି ଶ୍ରୀଲଙ୍କାର ନୁଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପୀତି ହାର ୪୦ ପ୍ରତିଶତ ଆଡ଼କୁ ଗତି କରିଥିବାବେଳେ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଔଷଧର ଗୁରୁତର ଅଭାବ ଦେଖାଦେଇଛି । ପୁଣି ଆମଦାନୀ କରିବାକୁ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ।

Also Read  କରୋନା ମହାମାରୀର କ୍ଷତି କେବେ ଭରଣ ହେବ?

LEAVE A REPLY

Please enter your comment!
Please enter your name here