ଯୁକ୍ତ ଦୁଇ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ଛାତ୍ରଙ୍କ ଆତ୍ମହତ୍ୟା

0
432
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ବୁର୍ଲା ଢିପାପଡ଼ା ଅଞ୍ଚଳର ଜ୍ଞାନ ବାହାଦୁର ଗୁରୁଙ୍କ ପୁତ୍ର ରୋହନ କୁମାର ଗୁରୁ (୧୮) ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଘର ଲୋକେ ଭିମସାର୍ ଆଶୁଚିକିତ୍ସା ବିଭାଗକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଶବକୁ ଜବତ କରି ମେଡିକାଲ ଫାଣ୍ଡିର ଫ୍ରିଜରରେ ରଖିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୁଲିସ୍ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ରୋହନ ସମ୍ବଲପୁର ଜିଏମ କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପଢୁଥିଲେ। ଗତକାଲି ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ସେ ୫୦ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷାରେ ସେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଯୁକ୍ତ ଦୁଇ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି।

Also Read  ଇଡି ପଞ୍ଝାରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଭଉଣୀ