ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ପ୍ରକଳ୍ପ କାମ ବନ୍ଦ କରିବାକୁ ହୋଇଥିବା ଆବେଦନକୁ ରଦ୍ଦ କଲେ ସୁପ୍ରିମକୋର୍ଟ

0
193
supreme-court-dismissed-the-oppositions-appeal-on-srimandira-heritage-corridor project

ପୁରୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ । ପୁରୀ ପ୍ରକଳ୍ପକୁ ନେଇ ବିରୋଧୀଙ୍କୁ ମିଳିଛି ସୁପ୍ରିମ ଝଟକା । ପୁରୀ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବାକୁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ମାନ୍ୟବର ସୁପ୍ରିମକୋର୍ଟ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃ୍ଷ୍ଟିରେ ରଖି ଏହି ଆବେଦନ ସବୁକୁ ରଦ୍ଦ କଲେ କୋର୍ଟ । ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା । କୋର୍ଟର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଦୁଇ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା । କୋର୍ଟଙ୍କ ସମୟ ଅଯଥା ନଷ୍ଟ କରିଥିବାରୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ରାଜ୍ୟ ସରକାରଙ୍କ ଯୁକ୍ତିକୁ ଯଥାର୍ଥ ବୋଲି ଦର୍ଶଇଛନ୍ତି କୋର୍ଟ । ଭକ୍ତଙ୍କ ପାଇଁ ହେଉଥିବା ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆବେଦନକାରୀ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଏପରି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ତେଣୁ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ବୋକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Also Read  Restore Taj Mahal or demolish it, SC tells government

LEAVE A REPLY

Please enter your comment!
Please enter your name here