ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ନବକଳେବର; ଶପଥ ନେବେ ନବୀନଙ୍କ ନୂଆ ଟିମ୍

0
379
One More Medical College To Be Inaugurated By Odisha CM
One More Medical College To Be Inaugurated By Odisha CM

ଭୁବନେଶ୍ୱର: ନବକଳେବର ହେବ ନବୀନଙ୍କ ଟିମ୍ । ଆଜି ଶପଥ ନେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ । ନୂଆ ଟିମ୍ ପାଇଁ ମନ୍ତ୍ରିମଣ୍ଡଳ ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ଲୋକସେବା ଭବନ କନଭେନସନ ସେଣ୍ଚରରେ ନୀବନଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ମିଳିଥିବା ସୂଚନା ଅନୁସାରେ ୨୧ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ । ଏହା ଭିତରୁ ୧୩ ଜଣ କ୍ୟାବିନେଟ ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ପାହ୍ୟା ମିଳିବ । କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ହେବାକୁ ଥିବା ତାଲିକାରେ ଅନେକ ନୂଆ ପୁରୁଣା ମୁହଁ ଥିବା ବେଳେ ନୂଆ ଟିମରେ ବି ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ବାଚସ୍ପତିଙ୍କ ସମେତ ୨୦ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଅନେକ ନେତାଙ୍କୁ ଯାଇଛି ଫୋନ୍ କଲ । ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ତାଲିକାରେ ଏଥର ବି ଅଧିକ ଫୋକସ ମହିଳାଙ୍କ ଉପରେ ଦେଇଛି । ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ମହିଳା ସାମିଲ ହୋଇଛନ୍ତି । ମିଳିଥିବା ତାଲିକା ଅନୁସାରେ ୩ ଜଣଙ୍କୁ କ୍ୟାବିଟେନ୍ ପାହ୍ୟା ଏବଂ ୨ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟା ମିଳିପାରେ ।

ଫୋନକଲ ପାଇଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ଆଳି ବିଧାୟକ ପ୍ରତାପ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ପଶ୍ଚିମ ଓଡ଼ିଶାର ଯୁବ ନେତା ଭାବେ ଜଣାଶୁଣା ରୋହିତ ପୂଜାରୀ । ସେହିପରି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ବିଜେପୁର ବିଧାୟିକା ରୀତା ସାହୁ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପାଖକୁ ମଧ୍ୟ ଫୋନକଲ ଯାଇଛି ।

Also Read  10,600 houses to be built in 28 Odisha towns under PMAY: CS Padhi