ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନ ହେଲେ ଏୟାର ଇଣ୍ଡିଆର ନୂଆ ଚେୟାରମ୍ୟାନ

0
534
tata-sons-chief-n-chandrasekaran-appointed-as Air India chairman

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନ। ଆଜି ଏୟାର ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ବୋର୍ଡ ‌ବୈଠକରେ ଏନ ଚନ୍ଦ୍ରଶେଖରନଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ଏୟାର ଇଣ୍ଡିଆ ଟାଟା ହାତକୁ ଯିବା ପରେତୁର୍କୀ ନାଗରିକ ଇଲକର ଆଇସିକୁ ଏୟାର୍ ଇଣ୍ଡିଆର ସିଓ ଭାବେ ନିଯୁକ୍ତି ଦେଇଥିଲା ଟାଟା। ଏହାପରେ ବିବାଦ ଦେଖାଦେବାରୁ ନିୟମ ଅନୁସାରେ ଇଲକରଙ୍କ ରିପୋର୍ଟ ଯାଞ୍ଚ କରିଥିଲେ କେନ୍ଦ୍ର ସରକାର। ହେଲେ ଏବେ ଟାଟା ଇଲକରଙ୍କ ବଦଳରେ ଟାଟା ସନ୍ସର ମୁଖ୍ୟ ନଟରାଜନ ଚନ୍ଦ୍ରଶେଖରନଙ୍କୁ ଏୟାର୍ ଇଣ୍ଡିଆର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛନ୍ତି।

ଏନ ଚନ୍ଦ୍ର ଶେଖରନ ଟାଟା ସନ୍ସର ମୁଖ୍ୟ ହୋଇଥିବା ବେଳେ ଟାଟା ଦ୍ୱାରା ପରିଚାଳିତ ୧୦୦ରୁ ଅଧିକ କମ୍ପାନୀର ପ୍ରମୋଟର ଭାବେ କାର୍ଯ୍ୟ କରୁଛନ୍ତି। ସେ ଟାଟା ସନ୍ସ ବୋର୍ଡରେ ୨୦୧୬ ମସିହା ଅକ୍ଟୋବର ମାସରେ ଯୋଗଦେଇଥିଲେ। ଏହାପରେ ୨୦୧୭ ଜାନୁଆରୀରେ ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା।

Also Read  ବିଏମସିର ପ୍ରଥମ ମହିଳା ମେୟର ହେଲେ ସୁଲୋଚନା, ୬୧୪୮୭ ଖଣ୍ଡ ଭୋଟରେ ହାସଲ କଲେ ବୃହତ ବିଜୟ