ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା

0
519
Asia Cup 2022: Rabindra Jadeja Out Of Asia Cup Due To Knee Injury
Asia Cup 2022: Rabindra Jadeja Out Of Asia Cup Due To Knee Injury

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ମୋହାଲି ଟେଷ୍ଟରେ ଅପରାଜିତ ଶତକ ହାସଲ କରି ବର୍ତ୍ତମାନ ବିଶ୍ୱର ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର ହୋଇପାରିଛନ୍ତି। ଆଜି ଆଇସିସି ଦ୍ବାରା ଜାରି କରାଯାଇଥିବା ଏକ ତାଲିକାରେ ରବିନ୍ଦ୍ର ଜାଦେଜା ଶୀର୍ଷରେ ରହିଥିବା ଦେଖାଯାଇଛି। ଅଲରାଉଣ୍ଡର ଟେଷ୍ଟ ର଼୍ୟାଙ୍କିଙ୍ଗରେ ରବିନ୍ଦ୍ର ଜାଦେଜାଙ୍କ ୪୦୬ ରେଟିଂ ରହିଛି।

ମୋହାଲି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଦେଜା ୯ ୱିକେଟ୍ ନେବା ବ୍ୟତୀତ ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍ କରିଥିଲେ। ମ୍ୟାଚ୍ ପୂର୍ବରୁ ରବୀନ୍ଦ୍ର ଜାଦେଜା ର଼୍ୟାଙ୍କିଙ୍ଗରେ ୩ନମ୍ବର ସ୍ଥାନରେ ରହିଥିବା ବେଳେ ଆଜି ସେ ନମ୍ବର ୧ରେ ରହିଛନ୍ତି। ମୋହାଲିରେ ଖେଳାଯାଇଥିବା ଏହି ଇନିଂସ ପରେ ହିଁ ରବିନ୍ଦ୍ର ଜାଡେଜାଙ୍କୁ ବର୍ତ୍ତମାନର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ୧ନମ୍ବର ସ୍ଥାନ ମିଳିଛି।

ରବିନ୍ଦ୍ର ଜାଦେଜା ଏହା ପୂର୍ବରୁ ମଧ୍ୟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ନମ୍ବର ୧ରେ ରହିସାରିଛନ୍ତି। ୨୦୧୭ ମସିହାରେ ରବିନ୍ଦ୍ର ଜାଦେଜା ସର୍ବଦଳୀୟ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଥିଲେ, ସେତେବେଳେ ତାଙ୍କର ୪୩୮ ପଏଣ୍ଟ ଥିଲା। ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ମାନ୍ୟତାରେ ବୃଦ୍ଧି ଘଟିଛି।

ଅନ୍ୟପକ୍ଷରେ ମୋହାଲିରେ ଶତକୀୟ ଟେଷ୍ଟ୍‌ ଖେଳୁଥିବା ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦୁଇ ପାଦ ଆଗକୁ ଆସିଥିବା ଦେଖାଯାଇଛି। ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି, ସେ ବର୍ତ୍ତମାନ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଟିମ୍ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ତିନିଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେଷ୍ଠ ୧୦ରେ ରହିଥିବା ଦେଖାଯାଇଛି। ବିରାଟ ଓ ରୋହିତଙ୍କ ସହ ରିଷଭ ପନ୍ତ ଦଶମ ସ୍ଥାନରେ ରହିଥିବା ଦେଖାଯାଇଛି।

Also Read  ସରପଞ୍ଚ ପଦବୀ ପାଇଁ ଦୁଇ ସଉତୁଣୀ ମୁହାଁମୁହିଁ

LEAVE A REPLY

Please enter your comment!
Please enter your name here