ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ : ନିଲମ୍ବିତ ହେଲେ ଦୁଇ ମହିଳା କର୍ମଚାରୀ

0
339

ପିପିଲି: ପୁରୀ ଜିଲ୍ଲାର ଡେଲାଙ୍ଗ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଘଟଣାରେ ଜଣେ ମହିଳା ଏଏସ୍ଆଇ ଓ ମହିଳା କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଡେଲାଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମରେ ହୋଇଥିବା ଏକ ଆକ୍ରମଣ ଘଟଣାରେ ଡେ଼ଲାଙ୍ଗ ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ପୁଲିସ ହେପାଜତରେ ଫେରାର ହୋଇଯାଇଥିଲା। ଏହି ଘଟଣାରେ ଡେ଼ଲାଙ୍ଗ ଥାନାର କାର୍ଯ୍ୟରତ ମହିଳା ଏଏସ୍ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

Also Read  ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଧସ୍ତାଧସ୍ତି