ନିଜର ଅନୈତିକ କାର୍ଯ୍ୟକଳାପକୁ ଲୁଚାଇବା ଲାଗି ଶ୍ବଶୁରଙ୍କର ପ୍ରାଣ ନେଲା ବୋହୂ!

0
269
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି। ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି। ବୃଦ୍ଧ ଜଣକ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା ତାଙ୍କୁ କରିଛି। ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ହୋଇଛି। ମୃତଦେହକୁ ଦେଖିଲା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମୃତକଙ୍କ ପରିବାର ପକ୍ଷରୁ ରେମୁଣା ଥାନାକୁ ଖବର ଦିଆଯିବା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମୃତକ ହେଲେ ରଘୁନାଥ ଜେନା। ତାଙ୍କର ବୟସ ୭୫। ତେବେ ସୂଚନା ଅନୁଯାୟୀ, ରଘୁନାଥ ଜେନାଙ୍କ ବଡ଼ ପୁଅ ଓ ବଡ଼ ବୋହୂ ବାହାରେ ରହନ୍ତି। ସାନପୁଅ ଓ ସାନ ବୋହୂ ଗାଁରେ ରହନ୍ତି। ଗାଁରେ ସାଧାରଣରେ ଚର୍ଚ୍ଚା ହେଉଛି ଯେ ସାନ ବୋହୂ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିଲା, ଯାହା ସଂପର୍କରେ ଜାଣିବା ପରେ ଶ୍ବଶୁର ରଘୁନାଥ ଜେନା ଉତକ୍ଷିପ୍ତ ହୋଇଥିଲେ। ବଡ଼ପୁଅକୁ ସବୁ କଥା କହିବେ ବୋଲି ବି ଧମକ ଦେଇଥିଲେ। ଆଜି ବଡ଼ପୁଅ ଘରକୁ ଆସିଥାନ୍ତେ। କିନ୍ତୁ ତା’ପୂର୍ବରୁ ସାନ ବୋହୂ ରାତିରେ ଶାବଳରେ ଭୁଷି ହତ୍ୟା କରିଥିବା କୁହାଯାଉଛି।

Also Read  ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ