ଲଣ୍ଠନଧାରୀ ଆସୁଛନ୍ତି, ରାଜତିଳକ ପାଇଁ ପ୍ରସ୍ତୁତ ହୁଅ; ଏଭଳି ଟ୍ବିଟ କଲେ ଲାଲୁଙ୍କ ଝିଅ

0
158

ପାଟନା: ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରରେ ଶାସନ କରୁଥିବା ଜନତା ଦଳ (ସଂଯୁକ୍ତ) ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଜେଡି (ୟୁ)ର ସାଂସଦ ଓ ବିଧାୟକଙ୍କୁ ନେଇ ଡାକିଥିବା ବୈଠକ ଶେଷ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ଶେଷର ଜେଡିୟୁ ନିଜ ଆଡୁ ଭାରତୀୟ ଜନତା ପାର୍ଟି(ବିଜେପି) ସହ ନିଜର ମେଣ୍ଟ ଭଙ୍ଗ କରିଛି।

ଏହି ମେଣ୍ଟ ଭଙ୍ଗ କରିବା ପରେ ଆଜି ଅପରାହ୍ଣ ୪ଟାରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ ବୋଲି କୁହାଯାଉଥିବା ବେଳେ ବିହାରରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଏମଧ୍ୟରେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି କହି ବିହାରରେ ପୁଣି ଥରେ ଲଣ୍ଠନଧାରୀ କ୍ଷମତାକୁ ଫେରିବେ ବୋଲି ଟ୍ବିଟ କରି କହିଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।

ସେ ଏକ ଭୋଜପୁରୀ ଗୀତର ଭିଡିଓ ଟ୍ବିଟ କରି କ୍ୟାପସନରେ ଲେଖିଛନ୍ତି ଯେ, ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଖୁବ ଶୀଘ୍ର ଲଣ୍ଠନଧାରୀ କ୍ଷମତାକୁ ଫେରିବେ। ଚଳିତ ବର୍ଷ ଆରମ୍ଭରେ ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିଥିବା ଗୀତର ଭିଡିଓ ସେୟାର କରିଛନ୍ତି ରୋହିଣୀ। ଏହି ଗୀତରେ ‌ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ନଜର ଆସୁଥିବା ବେଳେ ସେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି ଗୀତରେ ନାଚୁଥିବା ଦେଖାଯାଇଛି।

ତେବେ ବିଜେପିର ପରମ ଶତ୍ରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ନୀତୀଶ ଫୋନ୍‌ରେ କଥା ହେବା ପରେ ସେ ବିଜେପି ହାତଛାଡ଼ି ପୁଣି କଂଗ୍ରେସ, ଆର୍‌ଜେଡି ଓ ବାମଦଳ ସହ ମେଣ୍ଟ କରିବାର ସମ୍ଭାବନା ଉଜ୍ଜ୍ବଳତର ହୋଇଛି। ଏ ଖବର ମଧ୍ୟରେ ନୀତୀଶଙ୍କ ସରକାରରେ ଲାଲୁଙ୍କ ଦଳକୁ ଗୁରୁତ୍ବ ଦିଆଯିବ ବୋଲି ଚର୍ଚ୍ଚା ଜୋର ଧରିଛି।

Also Read  ଭାରତରେ ଆଉ ୨ଟି କରୋନା ଟିକା ଓ ଗୋଟିଏ ଔଷଧକୁ ମିଳିଲା ଅନୁମତି : ଜାଣନ୍ତୁ ......

LEAVE A REPLY

Please enter your comment!
Please enter your name here