ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଦର ଅପରିବର୍ତ୍ତିତ ରହିବ। ଅର୍ଥାତ୍ ଚଳିତ ବର୍ଷ ବିଦ୍ୟୁତ୍ ଦର ବଢ଼ିବ ନାହିଁ ବୋଲି ଓଇଆରସି ସଚିବ ସୂଚନା ଦେଇଛନ୍ତି। ବିଦ୍ୟୁତ ଦର ପ୍ରସଙ୍ଗରେ ଓଇଆରସି ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାର ରିଟେଲ ବିଦ୍ୟୁତ ଶ୍ଳୁକକୁ ଅପରିବର୍ତ୍ତି ରଖିଛନ୍ତି। ସେହିପରି ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍ ଡିଜିଟାଲ ମୋଡରେ ପେମେଣ୍ଟ କଲେ ୩% ରିହାତି ମିଳିବ ବୋଲି ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପୂର୍ବରୁ ୨ ପ୍ରତିଶତ ରିହାତି ମିଳୁଥିଲା । କ୍ଷୁଦ୍ର ଶିଳ୍ପ ପାଇଁ ୧୦ ପଇସା ରିହାତି ଘୋଷଣା ମଧ୍ୟ କରାଯାଇଛି । ଅକ୍ଷୟ ଶକ୍ତିର ବିକାଶ ପାଇଁ ଉପଭୋକ୍ତା ୫୦ ପଇସା ଅଧିକ ଦେବେ ।
ଏହାସହିତ ଶିଳ୍ପ କ୍ଷେତ୍ରରେ ୬୫ରୁ ୭୫% ବିଦ୍ୟୁତ ବ୍ୟବହାର କଲେ ୧୦% ରିହାତି ମିଳିବ । ସେହିପରି ୭୫ରୁ ୮୫% ଭିତରେ ବିଦ୍ୟୁତ ବ୍ୟବହାର କଲେ ମିଳିବ ୧୫% ରିହାତି । ୮୫%ରୁ ଅଧିକ ବିଦ୍ୟୁତ ବ୍ୟବହାର କଲେ ୨୦ ପ୍ରତିଶତ ରିହାତି ମିଳିବ ବୋଲି ଘୋଷଣା ହୋଇଛି ।