ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ପ୍ରବଳ ବର୍ଷା । ଲଗାଣ ବର୍ଷା କାରଣରୁ ମହାନଦୀରେ ଆସୁଛି ମଧ୍ୟମ ଧରଣର ବର୍ଷା । ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେବେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ନଥିବା ବେଳେ ଜଳକାରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ତେବେ ଜଳକାରେ ଏହା ସ୍ୱାଭାବିକ ସ୍ଥିତି । ଦକ୍ଷିଣ ଓଡ଼ିଶା ନଦୀରେ ସେମିତି ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।
ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖିଲେ ମହାନଦୀ ଅବବାହିକା ମୁଣ୍ଡୁଳୀରେ ୧୦ ଲକ୍ଷରୁ ସାଢେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହା ମୁଣ୍ଡୁଳୀ ଅତିକ୍ରମ କରିବ । ଏବେ ଖଇରମାଳ ଠାରେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ୁଅଧିକ ପାଣି ଆସୁଛି । ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି । ଯାହାଫଳରେ ସରାଡିହି ଠାରେ ୬.୫୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏବେ ହୀରାକୁଦର ୩୪ଟି ଗେଟ୍ ଖୋଲା ଅଛି, ଯେହେତୁ ଆଗକୁ ବର୍ଷା କମିବାର ସମ୍ଭାବନା ରହିଛି ତେଣୁ ଏବେ ଏହି ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ ।